ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀଙ୍କ ମୃତ୍ଯୁ - ଗଞ୍ଜାମ ଖବର

ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀ ମୃତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅଧିନସ୍ତ ଗାନ୍ଧି ଗାଁରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀଙ୍କ ମୃତ୍ଯୁ

author img

By

Published : Dec 27, 2021, 7:37 PM IST

ଭଞ୍ଜନଗର : ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀ ମୃତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଉଛନ୍ତି ରଜନୀ ସ୍ବାଇଁ । ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅଧିନସ୍ତ ଗାନ୍ଧି ଗାଁରେ ଘଟିଛି ଅଘଟଣ । ସୂଚନା ମୁତାବକ ରବିବାର ସନ୍ଧ୍ୟାରେ ରଜନୀ ତାଙ୍କ ମା ସାରିଆଙ୍କ ସହ କଟାଯାଇଥିବା ଧାନକୁ ଘୋଡାଇବା ପାଇଁ ବିଲକୁ ଯାଇଥିଲେ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଚାଷୀଙ୍କ ମୃତ୍ଯୁ

ହେଲେ ସେଠାରେ ବାରହା ଶିକାର ପାଇଁ ବିଛାଯାଇ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ l ପରେ ରଜନୀଙ୍କୁ ଉଦ୍ଧାର କରିବା ପାଇଁ ସାରିଆ ଗ୍ରାମବାସୀଙ୍କୁ ଦୌଡ଼ି ଆସି ଜଣାଇଥିଲେ । ପୋଲିସ ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଉ ମେଡ଼ିକାଲ ନିଆ ଯାଇଥିଲା। ବାରମ୍ବାର ବୁଗୁଡ଼ା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ କେତେ ବେଳେ ବନ୍ୟଜନ୍ତୁ ଶିକାର ହେଉଛି ତ ଆଉ କେତେବେଳେ ମଣିଷର ମୃତ୍ୟୁ ହେଉଛି । ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.