ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ସରକାରୀ ବାସଭବନ ସହ 9ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି ।
ଆଶିଷ କୁମାରଙ୍କ ରାଜଧାନୀ ଭୁବନେଶ୍ବରଠାରେ ରହିଥିବା ମିନି ତ୍ରିଭୁବନ ଆପାର୍ଟମେଣ୍ଟ ସହିତ ଵ୍ରହ୍ମପୁର କାର୍ଯ୍ୟାଳୟ, ଭଞ୍ଜନଗର ପୈତୃକ ବାସଭବନ, ଦିଗପହଣ୍ଡିସ୍ଥିତ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ, ଖଲ୍ଲିକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବାସଭବନରେ ଏକାସଙ୍ଗେ ଏହି ଚଢ଼ାଉ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ