ETV Bharat / state

ଭିଜିଲାନ୍ସ ଜାଲରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଟାଇପିଷ୍ଟ

ଦିନକୁ ଦିନ ଭିିଜିଲାନ୍ସ ଜାଲରେ ଫସି ଚାଲିଛନ୍ତି ଅସାଧୁ କର୍ମଚାରୀ । ବ୍ରହ୍ମପୁରର କୋଟିପତି ଅଙ୍ଗନୱାଡି ଦିଦିଙ୍କ ପରେ ଏବେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଟାଇପିଷ୍ଟଙ୍କ ପାଳି । ଅଧିକ ପଢନ୍ତୁ...

ଏନଏମଆର କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ଏନଏମଆର କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
author img

By

Published : Dec 30, 2020, 12:43 PM IST

ବ୍ରହ୍ମପୁର: ଆକ୍ସନ ମୁଡରେ ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅନେକ କର୍ମଚାରୀଙ୍କୁ କାବୁ କରିଛି ଭିଜିଲାନ୍ସ । ଏଥର ବ୍ରହ୍ମପୁର ସହରର ଏନଏମଆର କର୍ମଚାରୀଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ନେଇ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।

ଏନଏମଆର କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସହରର କୋଟିପତି ଅଙ୍ଗନାୱାଡି କର୍ମୀଙ୍କ ପରେ ଆରମ୍ଭ ହୋଇଥିବା ଏହି ଚଢାଉରେ ବୁଧବାର ଭିଜିଲାନ୍ସ ଟିମ୍ ପକ୍ଷରୁ ସହରର ସରକାରୀ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଡି.ଏଲ୍.ଆର୍ ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଚଢାଉ କରିଛି । ତାଙ୍କ ବାସଭବନ ସହିତ ପାଞ୍ଚୋଟି ସ୍ଥାନରେ ଏକ ସହିତ ଚଢାଉ ହୋଇଛି । ସହରର ଆସିକା ରୋଡରେ ରହିଥିବା ତିନି ମହଲା କୋଠା ବିଶିଷ୍ଟ ମୋଟର ଷ୍ଟୋର ପାର୍ଟ ଦୋକାନ ସମେତ ସହରର ବ୍ୟାଙ୍କ କୋଲୋନିରେ ରହିଥିବା ତିନି ମହଲା କୋଠା , ଆସିକା ରୋଡରେ ରହିଥିବା ଦୁଇ ମହଲା ବିଶିଷ୍ଟ ଗୋଦାମ ଘର, ବୃନ୍ଦାବନ ନଗରରେ ଭଡା ସୁତ୍ରରେ ରହିଥିବା ଏକ ଗୋଦାମରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।

ଚଢାଉରେ ତାଙ୍କ ଘରୁ ୧୮ ଲକ୍ଷ 5ହଜାର 10 ନଗଦ ଟଙ୍କା ଜବତ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ମଧ୍ୟରେ ଲଗାତର ଭାବରେ ଭିଜିଲାନ୍ସ ବିଭାଗ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଥିବା ବେଳେ ଏହାକୁ ନେଇ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.