ETV Bharat / state

ଗଞ୍ଜାମରେ 3 ବ୍ୟାଙ୍କ କର୍ମଚାରୀ କୋରୋନା ପଜିଟିଭ

ଗଞ୍ଜାମର ଏକ ଷ୍ଟେଟ ବ୍ୟାଙ୍କ ଏବଂ ଏକ୍ସିସ ବ୍ୟାଙ୍କରେ ତିନି ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବ୍ୟାଙ୍କ ବନ୍ଦ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଗଞ୍ଜାମରେ 3 ବ୍ୟାଙ୍କ କର୍ମଚାରୀ କୋରୋନା ପଜିଟିଭ
ଗଞ୍ଜାମରେ 3 ବ୍ୟାଙ୍କ କର୍ମଚାରୀ କୋରୋନା ପଜିଟିଭ
author img

By

Published : Apr 15, 2021, 3:40 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏକ୍ସିସ ବ୍ୟାଙ୍କରେ ତିନି ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏକ୍ସିସ ବ୍ୟାଙ୍କକୁ ତିନି ଦିନ ପାଇଁ ବନ୍ଦ କରାଯାଇଥିବାବେଳେ ଆଜି(ଗୁରୁବାର) ଦିନକ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ମଧ୍ୟ ବନ୍ଦ ରଖାଯାଇଛି ।

ଗଞ୍ଜାମରେ 3 ବ୍ୟାଙ୍କ କର୍ମଚାରୀ କୋରୋନା ପଜିଟିଭ

ଏହି ବ୍ୟାଙ୍କଗୁଡିକୁ ସାନିଟାଇଜ କରାଯିବ । ପ୍ରଶାସନର ନିର୍ଦ୍ଦେଶ ପରେ ବ୍ୟାଙ୍କ ଖୋଲାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇଛନ୍ତି । ରାଜ୍ୟରେ ପୂର୍ବଭଳି ପୁଣି କୋରୋନାର ବିସ୍ଫୋରକ ସ୍ଥିତି ସୃଷ୍ଟି ହେଲାଣି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁଠି ସଂକ୍ରମିତ ଚିହ୍ନଟ ହେଉଛି ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.