ETV Bharat / state

ଅଧାପନ୍ତରିଆ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନେଇ ଅସନ୍ତୋଷ ତୁହାର ଗ୍ରାମବାସୀ

author img

By

Published : Sep 13, 2020, 3:11 PM IST

ପାଞ୍ଚବର୍ଷ ହେଲା ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି ହେଲେ ଅଧପନ୍ତରିଆ ହୋଇ ପଡି ରହିଛି । ଠିକାଦାର ଅଧପନ୍ତରିଆ କରି ଛାଡି ଦେଇଛି । ଫଳରେ ଗ୍ରାମର କୁନି କୁନି ପିଲାମାନେ ସୁଷମ ଖାଦ୍ୟରୁ ବଞ୍ଚିତ ହେବା ସହ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ଅଧାପନ୍ତରିଆ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନେଇ ଅସନ୍ତୋଷ ତୁହାର ଗ୍ରାମବାସୀ
ଅଧାପନ୍ତରିଆ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନେଇ ଅସନ୍ତୋଷ ତୁହାର ଗ୍ରାମବାସୀ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୌଡ଼ଗୋଠ ପଂଚାୟତର ତୁହାର ଗ୍ରାମ ପାହାଡ଼ ଜଙ୍ଗଲ ଘେରା । ଏହି ଆଦିବାସୀ ଗ୍ରାମରେ ପଚିଶ ଆଦିବାସୀ ପରିବାର ବସବାସ କରନ୍ତି । ଏହି ଆଦିବାସୀଙ୍କୁ ଏଯାବତ୍‌ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି କୌଣସି ମୌଳିକ ସୁବିଧା ମିଳି ନାହିଁ । ଏଠାରେ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଅଛି କିନ୍ତୁ ନିଜସ୍ବ ଗୃହ ନାହିଁ । ସରକାରଙ୍କ ପକ୍ଷରୁ ଆଜକୁ ପାଞ୍ଚବର୍ଷ ହେଲା ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି ହେଲେ ଅଧପନ୍ତରିଆ ହୋଇ ପଡି ରହିଛି ।

ଠିକାଦାର ଅଧପନ୍ତରିଆ କରି ଛାଡି ଦେଇଛି । ଫଳରେ ଗ୍ରାମର କୁନି କୁନି ପିଲାମାନେ ସୁଷମ ଖାଦ୍ୟରୁ ବଞ୍ଚିତ ହେବା ସହ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ତୁରନ୍ତ ଏହି ଅଙ୍ଗନବାଡି କେନ୍ଦ୍ରକୁ ସମ୍ପୂର୍ଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଏହି ବିଷୟରେ ଗୌଡ଼ଗୋଠ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପଞ୍ଚାୟତ ଫଣ୍ଡ ଖର୍ଚ୍ଚ କରାଯାଇ ଅତିଶୀଘ୍ର ଅଙ୍ଗନବାଡି କେନ୍ଦ୍ରଟି ସମ୍ପୂର୍ଣ୍ଣ ହେବ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.