ETV Bharat / state

55ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ

author img

By

Published : Jan 6, 2021, 1:17 PM IST

ଅବକାରୀ ବିଭାଗକୁ ସଫଳତା । ଗଜପତି ଜିଲ୍ଲାରୁ ଉତ୍ତରାଖଣ୍ଡକୁ ଚୋରାରେ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ଅଧିକ ପଢନ୍ତୁୂ...

ପଣ୍ଡ ହେଲା ଚୋରାରେ ଗଞ୍ଜେଇ ଚାଲାଣ
ପଣ୍ଡ ହେଲା ଚୋରାରେ ଗଞ୍ଜେଇ ଚାଲାଣ

ବ୍ରହ୍ମପୁର: ପଣ୍ଡ ହେଲା ଚୋରାରେ ଗଞ୍ଜେଇ ଚାଲାଣ । ଗଜପତି ଜିଲ୍ଲାରୁ ଉତ୍ତରାଖଣ୍ଡକୁ ଚୋରାରେ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ଘଟଣାରେ 11କ୍ବିଣ୍ଟାଲ ଗଞ୍ଜେଇ ଜବତ ସହିତ ତିନିଜଣଙ୍କୁ ଗରିଫ କରିଛି ପୋଲିସ ।

ପଣ୍ଡ ହେଲା ଚୋରାରେ ଗଞ୍ଜେଇ ଚାଲାଣ

ସୂଚନାଅନୁସାରେ,ଗଜପତି ଜିଲ୍ଲାର ଅନ୍ତରବା ଅଞ୍ଚଳରୁ ଲୁହାଗୁଡି ଦେଇ ତିନୋଟି ଗାଡି ଯୋଗେ ଉତ୍ତରାଖଣ୍ଡକୁ ଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ । ଚାେରାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଆବକାରୀ ବିଭାଗ । ଖବର ପାଇ ଅବକାରୀ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ବ୍ରହ୍ମପୁର ସହର ଉପକଣ୍ଠ ପୁକଡିବନ୍ଧ ଛକରେ ରହି ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗୋଟିଏ ପିକଅପ ଭ୍ୟାନ୍ ଏବଂ ଅନ୍ୟ ଏକ କାରରୁ 11କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରଛି ।

ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଉତ୍ତରାଖଣ୍ଡରର ଗଜେନ୍ଦ୍ର ସିଂ ହୋଇଥିବା ବେଳେ ଅନ୍ୟଜଣେ ଉତ୍ତରପ୍ରଦେଶ ଅର୍ଜୁନ ସିଂ ଏବଂ ଅନ୍ୟ ଜଣେ ଗଜପତି ଜିଲ୍ଲାର ଅନ୍ତରବାର ରାଜକୁମାର ପାଲ ବୋଲି ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.