ETV Bharat / state

ଉପଜିଲ୍ଲାପାଳଙ୍କ କୋଭିଡ ସେଣ୍ଟର ପରିଦର୍ଶନ - ଉପଜିଲ୍ଲାପାଳଙ୍କ ପରିଦର୍ଶନ

ଉପଜିଲ୍ଲାପାଳଙ୍କ କୋଭିଡ ସେଣ୍ଟର ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ଖାଦ୍ୟ, ପାନୀୟ, ଔଷଧ, ଚିକିତ୍ସାକୁ ନେଇ କଲେ ଆଲୋଚନା । ଅଧିକ ପଢନ୍ତୁ...

ଉପଜିଲ୍ଲାପାଳଙ୍କ କୋଭିଡ ସେଣ୍ଟର ପରିଦର୍ଶନ
ଉପଜିଲ୍ଲାପାଳଙ୍କ କୋଭିଡ ସେଣ୍ଟର ପରିଦର୍ଶନ
author img

By

Published : May 9, 2021, 9:52 PM IST

ଗଞ୍ଜାମ: କୋଭିଡ ସେଣ୍ଟର ପରିଦର୍ଶନ କଲେ ଉପଜିଲ୍ଲାପାଳ । ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ଭଞ୍ଜନଗରରେ ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି । ଆଜି ମଧ୍ୟାହ୍ନରେ ନିଜେ ଉପଜିଲ୍ଲାପାଳ ପିପିଇ କିଟ୍ ପରିଧାନ କରି ଜିଲ୍ଲା କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହେଇଥିବା ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ରୋଗୀଙ୍କ ସହ ସ୍ୱାସ୍ଥ୍ୟଗତ ସମସ୍ୟା, ଖାଦ୍ୟ, ପାନୀୟ, ଔଷଧ, ଚିକିତ୍ସା ଆଦି ଆଲୋଚନା କରିଛନ୍ତି । ରୋଗୀ ମାନେ ଚିକିତ୍ସା, ସ୍ୱଚ୍ଛତା, ଖାଦ୍ୟ ଆଦି ସେବାରେ ସନ୍ତୁଷ୍ଟି ପ୍ରକାଶ କରିଥିବା ନେଇ ଉପଜିଲ୍ଲାପାଳଙ୍କୁ କହିଛନ୍ତି ।

ଉପଜିଲ୍ଲାପାଳ ରୋଗୀ ମାନଙ୍କ ମନୋବଳ ଦୃଢ କରିବା ସହ କିଛି ବି ସମସ୍ୟା ଆସିଲେ ତୁରନ୍ତ ଡାକ୍ତରଙ୍କୁ ଜଣେଇବା ନିମନ୍ତେ ପରାମର୍ଶ ଦେଇଛନ୍ତି । ମନକୁ ଯଦି ଦୃଢ଼ ରଖିବା ଏବଂ ସକରାତ୍ମକ ଚିନ୍ତା କରିବା, ତେବେ ନିଶ୍ଚିତ ଭାବେ ବହୁତ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଦୃଢ଼ତାର ସହ କହିଛନ୍ତି । ନିୟୋଜିତ ଥିବା ଡାକ୍ତରଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିଛନ୍ତି ।

ଏବେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେଥିପାଇଁ ନିଜେ ନିଜେ ସଚେତନ ହେବାକୁ ପଡିବ ଏବଂ ଲକଡାଉନ, ସଟ ଡାଉନ ନିୟମକୁ ଯଦି ଆମେ ଠିକ ଭାବେ ମାନିବା, ତେବେ ଦ୍ରୁତ କୋଭିଡ ସଂକ୍ରମଣ ଚେନ୍କୁ ଛିଣ୍ଡେଇ ପାରିବା ବୋଲି ଉପଜିଲ୍ଲାପାଳ ସାଧାରଣରେ ପ୍ରକାଶ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.