ETV Bharat / state

ଶ୍ରୀହୀନ ହେବାକୁ ବସିଲାଣି ମାଲ୍ୟବନ୍ତଗିରି ପାହାଡ

author img

By

Published : Jul 1, 2021, 10:24 AM IST

ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ମାଲ୍ୟବନ୍ତଗିରି ପାହାଡ । ଅଧିକ ପଢନ୍ତୁ...

ଶ୍ରୀହୀନ ହେବାକୁ ବସିଲାଣି ମାଲ୍ୟବନ୍ତଗିରି ପାହାଡ
ଶ୍ରୀହୀନ ହେବାକୁ ବସିଲାଣି ମାଲ୍ୟବନ୍ତଗିରି ପାହାଡ

ଭଞ୍ଜନଗର: ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ମାଲ୍ୟବନ୍ତଗିରି ପାହାଡ । ଯାହା ଏବେ ଶ୍ରୀହୀନ ହେବାକୁ ବସିଲାଣି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତର ସୁନାକେରା ଗ୍ରାମରେ ଅଛି ଏହି ମାଲ୍ୟବନ୍ତଗିରି ପାହାଡ । ପୂର୍ବରୁ ଏହି ପାହାଡଟି ଲଣ୍ଡାହୋଇ ରହିଥିବା ବେଳେ ବନବିଭାଗ ଏଠାରେ ବୃକ୍ଷ ରୋପଣ କରିଥିଲା । ଆଉ ଏବେ ପାହାଡଟି ସବୁଜିମାରେ ଭରପୁର ହୋଇ ଜଙ୍ଗଲ ହୋଇଗଲାଣି ।

ଏହି ପାହାଡର ପାଦଦେଶରେ ସୁନାକେରା ଗ୍ରାମ ରହିଛି । ଏଠାରୁ ମାଫିଆ ମାନେ ଗଛକାଟି ନେଉଛନ୍ତି, ଫଳରେ ପରିବେଶ ନଷ୍ଟ ହେବା ସାଙ୍ଗକୁ ଗ୍ରାମ ପ୍ରତି ବିପଦ ମାଡିଆସୁଛି । କେଉଁ ମୁହୂର୍ତ୍ତରେ ପାହାଡରୁ ଅତଡା ଖସି ଗ୍ରାମ ମଧ୍ୟକୁ ମାଡିଆସିବ ତାହା କେହିବା ଜାଣିନାହାନ୍ତି ।

ବେଳଥାଉଁଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ବିନା ଫଳକରେ ମାଲ୍ୟବନ୍ତଗିରି ପାହାଡକୁ ସୁରକ୍ଷା ଦେବାପାଇଁ ଷ୍ଟ୍ରେଞ୍ଜ ଖୋଳାଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଶ୍ରମିକ ଟଙ୍କା ପାଇନାହାନ୍ତି, ଏହିସବୁ କାମ ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବାବେଳେ ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.