ETV Bharat / state

କବାଡିବାଲାକୁ ପାଠ୍ୟପୁସ୍ତକ ବିକିଲେ ଶିକ୍ଷୟତ୍ରୀ, ଘଟଣାସ୍ଥଳରେ ଉତ୍ତେଜନା - ଘଟଣାସ୍ଥଳରେ ଉତ୍ତେଜନା

ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ସର୍ବଶିକ୍ଷା ଅଭିଯାନ ବହି କବାଡିବାଲାକୁ ବିକ୍ରି କରୁଥିବା ନେଇ ଉତ୍ତେଜନା ଦେଖାଯାଇଛି ।

patapur
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Dec 22, 2019, 5:26 AM IST

ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ସର୍ବଶିକ୍ଷା ଅଭିଯାନ ବହି କବାଡିବାଲାକୁ ବିକ୍ରି କରୁଥିବା ନେଇ ଉତ୍ତେଜନା ଦେଖାଯାଇଛି । ଘଟଣା ସଂପର୍କରେ ଖବର ପାଇ ସାନଖେମୁଣ୍ଡି ବିଇଓ ସେଠାରେ ପହଞ୍ଚିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

tension-at-patapur

ସୂଚନା ଅନୁସାରେ, ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ସାବିତ୍ରୀ ଦେବୀ ଛାତ୍ରଛାତ୍ରୀଙ୍କ ବଣ୍ଟନ ପାଇଁ ଆସିଥିବା ବହି ବିକ୍ରି କରୁଥିଲେ । ଶିକ୍ଷୟତ୍ରୀ ଜଣକ ତିନିଜଣ କବାଡିବାଲାଙ୍କୁ 2018 ମସିହାର ବହି ବିକ୍ରି କରୁଥିବା ସମୟରେ ଲୋକେ ସ୍ଥାନୀୟ ପାଟପୁର ବଟେଶ୍ବରୀ ଛକ ନିକଟରେ ବିରୋଧ କରିଥିଲେ ।

ଏ ସଂପର୍କରେ ପଚାରିବାରୁ ଶିକ୍ଷୟତ୍ରୀ ଜଣକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଏତେ ପରିମାଣର ବହି ବଣ୍ଟନ ପରେ କେମିତି ବଳିଲା ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା ।

ସରକାର ପିଲାଙ୍କ ପାଇଁ ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣା ପୁସ୍ତକ ବଣ୍ଟନର ବ୍ୟବସ୍ଥା ରହିଛି । ଏପରି ସ୍ଥଳେ ଶିକ୍ଷୟତ୍ରୀଙ୍କ ବହି ବିକ୍ରି ଘଟଣାକୁ ନେଇ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସେପଟେ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ସର୍ବଶିକ୍ଷା ଅଭିଯାନରେ ସରକାରଙ୍କ ମାଗଣା ବହିକୁ କବାଡି ବାଲା ଙ୍କୁ ବିକ୍ରି କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ମଧ୍ୟରେ ତ୍ରୀବ୍ର ଉତ୍ତୋଜନା ଦେଖାଦେଇଥିଲା । ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଶିକ୍ଷୟତ୍ରୀ ସାବିତ୍ରୀ ଦେବୀ ବିକ୍ରୀ କରୁଥିବା ସମୟରେ ସ୍ଥାନୀୟ ଲୋକେ ଖବର ପାଇ ସ୍ଥାନୀୟ ପାଟପୁର ବଟେଶ୍ୱରୀ ଛକ ନିକଟରେ ଘେରିଥିଲେ ଅଞ୍ଚଳବାସୀ । ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଦିଆଯାଉଥିବା ବହି ଗୁଡିକ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଦିଆଯିବା ପରିବର୍ତ୍ତେ ଶିକ୍ଷୟତ୍ରୀ ଜଣକ ଏହାକୁ କାହିଁକି ବିକ୍ରି କରୁଥିବା ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗିରହିଥିବା ପରେ ଖବରପାଇ ସାନଖେମୁଣ୍ଡି ବିଇଓ ମୁକୁନ୍ଦ ଚନ୍ଦ୍ର ପାଢ଼ୀ , ଙ୍କ ସମେତ ଅନ୍ୟ ଅଧିକାରୀ ପହଞ୍ଚି ଏହାର ତଦାରଖ କରିଥିଲେ । ପାଟପୁର ବଟେଶ୍ୱରୀ ଛକ ନିକଟରେ ତିନି ଜଣ କବାଡି ବାଲା ମହିଳାଙ୍କୁ ଡାକି ୨୦୧୮ ମସିହାରେ ମୁଦ୍ରିତ ବିଭିନ୍ନ ଶ୍ରେଣୀର ପୁସ୍ତକ ଗୁଡିକ ବିକ୍ରି କରୁଥିବା ବେଳେ ହଠାତ ପହଞ୍ଚି ଯାଇଥିଲେ ସେଠାକାର କିଛି ଯୁବକ ଓ ଗ୍ରାମବାସୀ । ସେମାନେ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ଶିକ୍ଷୟତ୍ରୀ ଉତ୍ତର ସନ୍ତୋଷଜନକ ହୋଇପାରିନଥବା ବେଳେ ଏହି ବହି ଗୁଡିକ ପୁରୁଣା ବୋଲି କହିବାରୁ ପୁରୁଣା ପୁସ୍ତକ କୁ କାହିଁକି ବିଦ୍ୟାର୍ଥୀ ଙ୍କୁ ନଦେଇ ବିକ୍ରୀ କରୁଛନ୍ତି ତାହାକୁ ପ୍ରଶ୍ନ ଉଠାଇବା ସହ ଏତେ ପରିମାଣର ବହି କେଉଁଠି ଆସିଲା ତାହାକୁ ନେଇ ଉତ୍ତୋଜନା ଦେଖାଦେଇଥିଲା । ସରକାର ପିଲାଙ୍କ ପାଇଁ ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣା ପୁସ୍ତକ ପୁସ୍ତିକା ବଣ୍ଟନର ବ୍ୟବସ୍ଥା ରହିଥିବା ବେଳେ ଏଭଳି ଶିକ୍ଷୟତ୍ରୀ ଙ୍କ ବହି ବିକ୍ରୀ କରିବା ଘଟଣାକୁ ନେଇ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି । ସେପଟେ ତଦନ୍ତ କରିଥିବା ଅଧିକାରୀ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.