ETV Bharat / state

ପଞ୍ଚାୟତରେ ଝାଡୁ ମାରି ଚର୍ଚ୍ଚାରେ ପୋଲସରା ବିଡିଓ - polasora bdo of ganjam district

ଗଞ୍ଜାମ ଜିଲ୍ଲାର ପୋଲସରାର ବିଡିଓ ନିଜ ହାତରେ ଝାଡୁ ଧରି ପୋଲସରା ବ୍ଲକର ମଥୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଝାଡୁ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅଧିକ ପଢନ୍ତୁ...

ପଞ୍ଚାୟତରରେ ଝାଡୁ ମାରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ପୋଲସରା ବିଡିଓ

author img

By

Published : Dec 2, 2020, 10:19 AM IST

ବ୍ରହ୍ମପୁର: ପଞ୍ଚାୟତରରେ ବିଭିନ୍ନ ସ୍ଥାନରେ ଝାଡୁ ମାରି ଚର୍ଚ୍ଚାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଗଞ୍ଜାମ ପୋଲସରାର ବିଡିଓ ଶମ୍ଭୁନାଥ ନନ୍ଦୀ ନିଜେ ହାତରେ ଝାଡୁ ଧରି ପୋଲସରା ବ୍ଲକର ମଥୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଝାଡୁ ମାରି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କର ଏଭଳି ସ୍ବଚ୍ଛତା କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ପଞ୍ଚାୟତରରେ ଝାଡୁ ମାରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ପୋଲସରା ବିଡିଓ

ଆମ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଠୀ ମାନେ ଏକତ୍ରିତ ହୋଇ ହାତରେ ସଚେତନତା ମୂଳକ ବ୍ୟାନର ଧରି ମଥୁରା ପଞ୍ଚାୟତର ୧୫ଟି ସାହିକୁ ପରିଭ୍ରମଣ କରି ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଡ଼ିଓ ନିଜେ ପ୍ରତ୍ୟେକ ସାହି ଉପରେ ପଡ଼ି ରହିଥିବା ଅଳିଆ ଆବର୍ଜନାକୁ ନିଜ ଝାଡୁ ଦ୍ବାରା ପରିଷ୍କାର ପରିଚ୍ଛନ୍ନ କରିଥିଲେ । ବିଡ଼ିଓଙ୍କ ଏଭଳି ମନୋଭାବକୁ ସମ୍ମାନ ଜଣାଇ ସରପଞ୍ଚ ସମେତ ଯୁବଗୋଷ୍ଠୀ ମାନେ ହାତରେ ଝାଡୁ, କୋଡି ଧରି ପଞ୍ଚାୟତର ସମସ୍ତ ରାସ୍ତାଘାଟ ସଫାସୁତୁରା କରିଥିଲେ । ପଞ୍ଚାୟତରେ ସମସ୍ତ ଗ୍ରାମବାସୀଙ୍କୁ ଘରେ ପାଇଖାନା ବ୍ୟବହାର କରିବା ସହ କୌଣସି ସ୍ଥାନରେ ବାହ୍ୟ ମଳତ୍ୟାଗ ନକରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ବିଡ଼ିଓ ।

ଆଗାମୀ ଦିନରେ ମଥୁରା ପଞ୍ଚାୟତରେ ସରପଞ୍ଚ ପ୍ରଦୀପ କୁମାର ନାୟକଙ୍କ ଦ୍ବାରା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ଏହି ଅବସରରେ ସ୍ବଚ୍ଛତା ଓ ପରିମଳକୁ ନେଇ ମଥୁରା ପଞ୍ଚାୟତରେ ନିଜର ଆଦର୍ଶ ଓ ନିଜର ଶ୍ରେଷ୍ଠ ମାନବିକତା ପ୍ରତିପାଦିତ କରିଛନ୍ତି ବଡିଓ ନନ୍ଦୀ । ଯେଉଁଭଳି ଭାବେ ଯୁବଗୋଷ୍ଠୀଙ୍କ ସହ ସାମିଲ ହୋଇ ମଥୁରା ଗ୍ରାମର ମୁଖ୍ୟସଡ଼କ ସମେତ ସମସ୍ତ ବିଭିନ୍ନ ସାହି ମାନଙ୍କରେ ଝାଡୁମାରିଲେ ତାହା ଏବେ ମଥୁରା ସମେତ ସମଗ୍ର ପୋଲସରା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.