ETV Bharat / state

ଛାତ୍ରୀ ନିବାସ ଫାଟକ ଖୋଲିବା ନେଇ ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Dec 14, 2022, 12:47 PM IST

ଛାତ୍ରୀ ନିବାସ ଫାଟକ ଖୋଲିବା ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । ଆଲୋଚନା ପରେ ସକାଳ ୬ ରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ନିଆଗଲା ନିଷ୍ପତ୍ତି । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କ ଧାରଣା
ଛାତ୍ରଛାତ୍ରୀଙ୍କ ଧାରଣା
ଛାତ୍ରଛାତ୍ରୀଙ୍କ ଧାରଣା

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରୀ ନିବାସ ମୁଖ୍ୟ ଫାଟକ ଖୋଲିବା ନେଇ ପ୍ରଶାସନିକ କୋଠା ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । ଗତକାଲି(ମଙ୍ଗଳବାର)ଦିନ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ।

ସୂଚନାଅନୁସାରେ, ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ୟାମ୍ପସ ପରିସରକୁ ସୁରକ୍ଷା ଦେବା ନାମରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ କ୍ୟାମ୍ପସ ଚାରିପଟେ ରହିଥିବା ବିରାଟ ବିରାଟ ଫାଟକ କରାଯାଇ ସେମାନଙ୍କ ମନ ମୁତାବକ ବନ୍ଦ କରିବାକୁ ଆଦେଶ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ କେତେବେଳେ କେଉଁ ଫାଟକ ଖୋଲିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ତାହା ଅଧ୍ୟୟନରତ ଛାତ୍ରଛାତ୍ରୀ, କର୍ମଚାରୀ ଜାଣିପାରିନଥିବା ନେଇ ବାରମ୍ୱାର ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା: 17 ମୃତ, 15ରୁ ଊର୍ଦ୍ଧ୍ବ ଆହତ

ଅଭିଯୋଗ ଅନୁସାରେ, ଛାତ୍ରୀମାନେ ଯେଉଁ ରାସ୍ତା ଦେଇ ହଷ୍ଟେଲକୁ ଯାତାୟତ କରୁଛନ୍ତି ସେହି ରାସ୍ତାଟି ରାତ୍ର ସମୟରେ ଅନ୍ଧାର ରହୁଥିବା ବେଳେ ନିଜ ପିଲାମାନଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିବା ଅଭିଭାବକମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଉଥିବା ଅଭିଯୋଗ ହେଉଛି l ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସୁସଜ୍ଜିତ କରି ରଖାଯାଇଥିବା ବେଳେ ଫାଟକ ବନ୍ଦ କରି ରଖାଯିବା ଘଟଣାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାର୍ଥୀଙ୍କର ଆନ୍ଦୋଳନ ପରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୂଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି, ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ହଷ୍ଟେଲ ୱାଡେନ ପ୍ରଫେସର ସୁଶାନ୍ତ କୁମାର ବରାଳ, ଉପ କୁଳସଚିବ ଡ଼. ବାବୁଜୀ ସାମଲ, ସହ କୁଳସଚିବ ଡ଼. ସରୋଜ କୁମାର ଦାଶ ଧାରଣାସ୍ଥଳରେ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ l

କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ୱବିଦ୍ୟାଳୟକୁ ଆସିବା ପର୍ଯ୍ୟନ୍ତ ସକାଳ ୬ ଟା ଠାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଛାତ୍ରୀ ନିବାସ ଗେଟ ଖୋଲିବା ପାଇଁ ପ୍ରତିଶୃତି ମିଳିବା ପରେ ଛାତ୍ରୀମାନେ ନିଜ ଆନ୍ଦୋଳନରୁ ଓହରିଥିଲେ । ଏପରିକି ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱରେ ଅନେକ ଗ୍ରାମ ରହୁଥିବା ବେଳେ କିଛି ମାସ ତଳେ ବିଶ୍ଵବିଦ୍ୟାଳୟର ତୋରଣ ନିର୍ମାଣ କରିବା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଯାତାୟତ ବନ୍ଦ କରିବା ପାଇଁ ରାସ୍ତା ଉପରେ ମାଟି ପକାଯିବା ଘଟଣାକୁ ନେଇ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲା l

ଏହାକୁ ପ୍ରତିବାଦ କରିବା ପାଇଁ ସ୍ଥାନୀୟ ଚାରି ପଞ୍ଚାୟତର ଜନପ୍ରତିନିଧି ସମେତ ଶତାଧିକ ମହିଳା ଓ ପୁରୁଷ ପ୍ରଶାସନିକ ଭବନ ସମ୍ମୁଖ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅବରୋଧ ହଟାଇ ତୋରଣ କାର୍ଯ୍ୟ ବନ୍ଦ କରିବା ସହ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଏସବିଆଇ ବ୍ୟାଙ୍କ ନିକଟରେ ଥିବା ଫାଟକକୁ ସକାଳ ୬ ରୁ ରାତ୍ର ୮ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.