ETV Bharat / state

ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି: ମାଟିରେ ତିଆରି କରି ହଳଦୀ ଓ କୁଙ୍କୁମରେ ରଙ୍ଗ କଲେ ଛାତ୍ରଛାତ୍ରୀ - ଗଣେଶ ମୂର୍ତ୍ତି ତିଆରି କଲେ ବିଦ୍ଯାର୍ଥୀ

ହଳଦୀ ଓ କୁଙ୍କୁମ ବ୍ୟବହାର କରି ମାଟିରେ ଗଣେଶ ମୂର୍ତ୍ତି ନିର୍ମାଣ କଲେ ବିଦ୍ୟାର୍ଥୀ । ପରିବେଶ ସୁରକ୍ଷା ପାଇଁ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ତିଆରି କଲେ ବିଦ୍ଯାର୍ଥୀ । ଅଧିକ ପଢନ୍ତୁ

ହଳଦୀ ଓ କୁଙ୍କୁମ ବ୍ୟବହାର କରି ମାଟିରେ ଗଣେଶ ମୂର୍ତ୍ତି ନିର୍ମାଣ କଲେ ବିଦ୍ୟାର୍ଥୀ

author img

By ETV Bharat Odisha Team

Published : Sep 16, 2023, 8:50 PM IST

Updated : Sep 16, 2023, 9:30 PM IST

ହଳଦୀ ଓ କୁଙ୍କୁମ ବ୍ୟବହାର କରି ମାଟିରେ ଗଣେଶ ମୂର୍ତ୍ତି ନିର୍ମାଣ କଲେ ବିଦ୍ୟାର୍ଥୀ

ବ୍ରହ୍ମପୁର: ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଆଉ କେଇଟା ଦିନପରେ ଧାରାପୃଷ୍ଠରେ ଅବତରଣ କରି ଲୋକଙ୍କ ବିଘ୍ନହାରିବେ ବିଘ୍ନହରତା । ତେବେ ପ୍ରତ୍ୟେକ ବର୍ଷ ଗଣେଣ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣର ଋତୁ । ଏହି ସମୟରେ ସବୁଠି ବିଭିନ୍ନ ଦେବାଦେବୀଙ୍କୁ ସ୍ୱତନ୍ତ୍ର ଭାବରେ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇଥାଏ । ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ପ୍ରସ୍ତୁତି ପାଇଁ ବିଭିନ୍ନ ରସାୟନିକ ପଦାର୍ଥର ବ୍ୟବହାର କରାଯାଏ । ଯାହାର ବ୍ୟବହାର ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପଡିଥାଏ ପରିବେଶ ଉପରେ ।

ବିନା ରାସାୟନିକ ରଙ୍ଗରେ ତିଆରେ ହେବ ମୂର୍ତ୍ତି: ଏଣୁ ଏହି ପରିପ୍ରେକ୍ଷୀରେ କିପରି ବିନା ରାସାୟନିକ ପଦାର୍ଥ ଏବଂ ରଙ୍ଗ ବ୍ୟବହାର କରାଯାଇ ପ୍ରକୃତି ଅନୁକୂଳ ମୂର୍ତ୍ତି ନିର୍ମାଣ କରାଯାଇପାରିବ ସେନେଇ ଆରମ୍ଭ ହୋଇଛି ପ୍ରୟାସ । ସହରର ସବୁଜ ବାହିନୀ ସହିତ ସତ୍ୟ ଆର୍ଟ ଏଣ୍ଡ କ୍ରାଫ୍ଟ ପକ୍ଷରୁ ମିଳିତ ଉଦ୍ୟମରେ ସ୍ଥାନୀୟ ପୁରୁଣା ବ୍ରହ୍ମପୁର ପୌର ଉଚ୍ଚ ବିଦ୍ୟାଳୟରେ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ନିର୍ମାଣର ପ୍ରଶିକ୍ଷଣ ଦିଆଯାଇଛି । ନିଜ ହାତର ମୂର୍ତ୍ତି ନିର୍ମାଣ କରିବା ସହ କୁନିକୁନି ଛାତ୍ରଛାତ୍ରୀ ଏଥିରେ ବିନା କୌଣସି ରାସାୟନିକ ରଙ୍ଗର ବ୍ୟବହାରରେ ହଳଦୀ ଏବଂ କୁଙ୍କୁମରେ ରଙ୍ଗ କରୁଛନ୍ତି ।

ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା କହିଛନ୍ତି, ‘‘ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଏପରି ଗଣେଶ ମୂର୍ତ୍ତି ନିର୍ମାଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଉଛି । ପରିବେଶ ଓ ଜଳକୁ ଦୂଷିତ ନହେବାକୁ ଦେବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସହ ପରିବେଶ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ବିଭିନ୍ନ ସ୍କୁଲରେ ପିଲାଙ୍କୁ ମାଟିରେ ଗଣେଶ ନିର୍ମାଣ ସହ ପାରମ୍ପରିକ ରଙ୍ଗ ଯେପରିକୁ ହଳଦୀ ଓ କୁଙ୍କୁମକୁ ବ୍ୟବହାର କରାଯାଉଛି ।’’

ଏହା ମଧ୍ୟ ପଢନ୍ତୁ...ଆସୁଛନ୍ତି ଗଜାନନ, ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଵ୍ୟସ୍ତ କାରିଗର

ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ କହିଛନ୍ତି, ‘‘ଏପରି ମୂର୍ତ୍ତି ନିର୍ମାଣ କରି ପୁଜାର୍ଚ୍ଚନା କରି ବିସର୍ଜନ କଲେ ମଧ୍ୟ ଜଳାଶୟ ଗୁଡ଼ିକ ଦୂଷିତ ହେବା ନାହିଁ । ଏପରିକି ପାଣିରେ ରହୁଥିବା ଜୀବଜନ୍ତୁଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏହସହ ଜଳାଶୟ ଉପରେ ନିର୍ଭର କରୁଥିବା ଅଞ୍ଚଳବାସି ମଧ୍ୟ ବିଭିନ୍ନ ଚର୍ମ ରୋଗ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଛାତ୍ରଛାତ୍ରୀ ନିଜେ ମୂର୍ତ୍ତି ତିଆରି କଲେ ଈଶ୍ବରୀୟ ସାନିଧ୍ୟ୍ୟ ପାଇବା ସହ ପରିବେଶର ମିତ୍ର ମଧ୍ୟ ହୋଇପାରିବେ ।’’ ସେପଟେ ଏପରି ଏକ ନୂତନ ଧରଣର କାର୍ଯ୍ୟକ୍ରମ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଦ୍ବାରା ଆୟୋଜନ ହେବାକୁ ନେଇ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 16, 2023, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.