ETV Bharat / state

ପରୀକ୍ଷା ଫଳ ବିଳମ୍ବକୁ ନେଇ କୁଳପତିଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ପରୀକ୍ଷା ଫଳ ବିଳମ୍ବକୁ ନେଇ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଭେଟିଲେ ଛାତ୍ରଛାତ୍ରୀ । ଫଳ ଶୀଘ୍ର ପ୍ରକାଶ କରିବା ସହ ମାର୍କସିଟ ପ୍ରକାଶ ପାଇଁ ଦାବି ହୋଇଛି ।

author img

By

Published : Jun 18, 2019, 7:06 PM IST

ଡିଜାଇନ ଫଟୋ

ବ୍ରହ୍ମପୁର: ପରୀକ୍ଷା ସରିଲା । ଅପେକ୍ଷା ଥିଲା କେବେ ପ୍ରକାଶ ପାଇବ ପରୀକ୍ଷା ଫଳ । ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଆଶଙ୍କା ଦେଖାଦେଇଛି । ଯେଉଁଥିପାଇଁ ଆଜି ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧିନରେ ଆସୁଥିବା ବିଭିନ୍ନ ମହାବିଦ୍ୟାଳୟର ପ୍ରତିନିଧିମାନେ କୁଳପତିଙ୍କୁ ଭେଟିବା ସହ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହା ସହ ମାର୍କସିଟ ମଧ୍ୟ ପ୍ରତିବର୍ଷ ବିଲମ୍ବରେ ପ୍ରକାଶ ପାଉଥିବା ଅଭିଯୋଗ ହୋଇଛି । ତେବେ ବାତ୍ୟା ‘ଫନି’ ପାଇଁ ଚଳିତ ବର୍ଷ ଏସବୁ ବିଳମ୍ବ ହେଉଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ସୂଚନାଥାଉକି, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷା କରିବା ଠାରୁ ଆରମ୍ଭ କରି ଫଳ ପ୍ରକାଶ ସବୁଥିରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି ।

ତେବେ କୁଳପତିଙ୍କୁ ଭେଟିଥିବା ପ୍ରତିନିଧିଙ୍କ ମଧ୍ୟରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଏସ୍.ଭି.ଆର୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :- ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଦ୍ୟାର୍ଥୀ ଙ୍କ ପକ୍ଷରୁ କୂଳପତି ଙ୍କ ନିକଟରେ କରାଗଲା ଅଭିଯୋଗ...  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  : ଏଭିଓ+ବାଇଟ୍,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୧୮-୦୬-୧୯. -( ଭିଜୁଆଲ Majo ରେ ଯାଇଛି  .)
 (ଆଙ୍କର):-ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷା କରାଯିବା ଠାରୁ ଆରମ୍ଭ କରି ଏହାର ଫଳପ୍ରକାଶ ଏବଂ ବେକ୍ ପେପେର  ରିଲର୍ଟ ପ୍ରକାଶ ପାଇବାରେ ବିଳମ୍ୱତା ହେଉଥିବା ନେଇ ବିଭିନ୍ନ ମହାବିଦ୍ଯାଳୟର ପ୍ରତିନିଧି ମାନେ ବିଶ୍ୱବିଦ୍ୟାଳୟର କୂଳପତି ଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି  । ଏହି ବିଶ୍ୱବିଦ୍ୟାଳୟ ଅଧିନରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ସମେତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ , ଏସ୍.ଭି.ଆର୍ ମହାବିଦ୍ୟାଳୟ ଭଳି ବିଭିନ୍ନ  ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଏଭଳି ଅଭିଯୋଗ କରିଥିବା ବେଳେ ପରୀକ୍ଷାରେ ବିଳମ୍ୱ ହେଉଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମଧ୍ୟ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ  ମାର୍କଲିଷ୍ଟ  ଦିଆଯାଉନଥିବା ଅଭିଯୋଗ କରିଛନ୍ତି     ।ସେପଟେ ବିଦ୍ୟାର୍ଥୀ ଙ୍କ ଠାରୁ ଆଭିଯୋଗ ଶୁଣିବା ପରେ ବିଶ୍ୱବିଦ୍ୟାଳୟର କୂଳପତି ଏ ନେଇ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଙ୍କ ସହ ଅନ୍ୟ ଅଧିକାରୀ ଙ୍କୁ ଉପସ୍ଥିତିରେ ଏହି ସମସ୍ୟାର କିଭଳି ସମାଧାନ ହେବ ଏବଂ ପରୀକ୍ଷା ସମ୍ପର୍କୀୟ ପରିଚାଲନ୍ନା  ପାଇଁ ଦାୟିତ୍ୱ ଦିଆଯାଇଥିବା ଏଜେନ୍ସି ସଠିକ ଭାବରେ କାର୍ଯ୍ୟ କରୁନଥିବା ବେଳେ ଏହାକୁ ନେଇ ଅନେକବାର ତାଗିଦ୍ କରାଯାଇଥିବା ବେଳେ ଗତ ଫନି ର ବାତ୍ୟା ଯୋଗୁଁ ଏହା ବିଳମ୍ୱ ହୋଇଥିବା କୁହାଯାଇଛି  । ସେହିପରି ରାଜ୍ୟରେ ପରୀକ୍ଷା କ୍ଷେତ୍ରରେ ଏକକ ପରୀକ୍ଷା ଏବଂ ଏକକ ସିଲାବସ କରାଯିବାକୁ ଯୋଜନା ଜାରି ରହିଥିବା କୁହାଯାଇଛି   । 
ବାଇଟ୍-ଦେବାନନ୍ଦ ପଣ୍ଡା(ପୂର୍ବତନ ଉପସଭାପତି-ବିନାୟକ ଆଚାର୍ଯ୍ୟ) 
ବାଇଟ୍-ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର (କୂଳପତି-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.