ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରାକ୍ଟର, ଛାତ୍ର ମୃତ

Road accident in Ganjam: ଗଞ୍ଜାମ ଜିଲ୍ଲାର ଅରୁଣପୁର ଗ୍ରାମରେ ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ତଳେ ଚାପି ହୋଇ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 12, 2023, 9:35 AM IST

ଟ୍ରାକ୍ଟର ଦୁର୍ଘଟଣାରେ ଛାତ୍ର ମୃତ
ଟ୍ରାକ୍ଟର ଦୁର୍ଘଟଣାରେ ଛାତ୍ର ମୃତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ତଳେ ଚାପି ହୋଇ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ । ଗଞ୍ଜାମ ଜିଲ୍ଲାର ଅରୁଣପୁର ଗ୍ରାମରୁ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତ ଛାତ୍ର ଜଣକ ହେଲେ ଅରୁଣପୁର ଗ୍ରାମର ସୁରେଶ ତରାଇଙ୍କ ପୁଅ ସୂର୍ଯ୍ୟାଂଶୁ ।

ସୂଚନା ମୁତାବକ, ଗତକାଲି ଅରୁଣପୁର-ପ୍ରୟାଗି ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମିର ହିଡ଼ରେ ଠିଆ ହୋଇଥିଲେ ସୂର୍ଯ୍ୟାଂଶୁ । ସେହି ସମୟରେ ସେହି ରାସ୍ତା ଦେଇ ଧାନ ବୋଝେଇ ଏକ ଟ୍ରାକ୍ଟର ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଯେଉଁଥିରେ ସୂର୍ଯ୍ୟାଂଶୁ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ - ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ - ଭାରସାମ୍ୟ ହରାଇ ଓଲଟିଲା ପିକ୍‌ନିକ୍‌ ଭ୍ୟାନ, 15ରୁ ଉର୍ଦ୍ଧ୍ବ ଗୁରୁତର

ସେହିପରି ଅନ୍ୟପଟେ ଗତକାଲି ଜିଲ୍ଲାର ଆସିକା ଅଞ୍ଚଳରେ ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଜ ଶରୀରରେ ପେଟ୍ରୋଲ ଢାଳି ଜୀବନ ହାରିଥିଲେ । ଛାତ୍ରୀ ଜଣକ କୋଟିନଡା ଥାନା ଅର୍ନ୍ତଗତ ଆସିକା ବ୍ଲକ ଭେଟନଇ ଗ୍ରାମର ଏବଂ ସେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସେ ନିଜ ଶରୀରରେ ପେଟ୍ରୋଲ ଢାଳି ଜୀବନ ହାରିଥିବା ବେଳେ ଏହାଦେଖି ଗ୍ରାମବାସୀ ଓ ପରିବାର ଲୋକେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଛାତ୍ରୀ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏନେଇ କୋଟିନଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରିଛି । ଛାତ୍ରୀଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି l ସେପଟେ ଗୋଟିଏ ଦିନରେ ଏପରି ଦୁଇ ଜଣ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣା ସାରା ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ସେହିପରି କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାରେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗ୍ରାମରେ ଏପରି ଘଟଣା ଘଟିଥିଲା । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ ଦୁଇ ଉଭଣୀ । ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.