ETV Bharat / state

କଲମ ବଦଳରେ ଟାଙ୍ଗିଆ, ହଣ୍ଡାହାଣ୍ଡିରେ ଚାଲିଛି ପାଠପଢା - Student face problem in berhampur

ପିଲାଙ୍କ ଭବିଷ୍ୟତ ସହ ଖେଳ । ଖାତାକଲମ ବଦଳରେ ହାତରେ ଧରିଛନ୍ତି ଟାଙ୍ଗିଆ। ରୋଷେଇ ପାଇଁ ବୋହୁଛନ୍ତି ହଣ୍ଡାହାଣ୍ଡି । ଶିକ୍ଷାଦାନର ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 5, 2019, 5:15 PM IST

ବ୍ରହ୍ମପୁର: କେମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା । କିଭଳି ହେଉଛି ଶିକ୍ଷାଦାନ, ଏହାକୁ ନେଇ ସବୁବେଳେ ଉଠିଥାଏ ପ୍ରଶ୍ନ? ଏଭଳି ତମାମ ପ୍ରଶ୍ନର ଉତ୍ତର ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ପାଠପଢିବାକୁ ଆସି ହାଣୁଛନ୍ତି ଗଛ, ବୋହୁଛନ୍ତି ରୋଷେଇ ପାଇଁ ବ୍ୟବହୃତ ହାଣ୍ଡିହଣ୍ଡା ।

ଏ ଘଟଣା ହେଉଛି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଭଗବତ ସ୍ବାମୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର । ସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ହାଣ୍ଡିହଣ୍ଡା ଆଣିବା ସହ ବୋହୁଛନ୍ତି କାଠ । ଅନ୍ୟ ଦୃଶ୍ୟ ହେଉଛି ପୋଲସରା ସ୍ଥିତ ଗୋପବନ୍ଧୁ ହାଇସ୍କୁଲର । ଯେଉଁଠି କିଛି ଛାତ୍ର ଗଛ ଚଢି ହାଣୁଛନ୍ତି ଗଛଡାଳ । ଏଭଳି ଦୁଇଟି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ବେଶ ସ୍ପଷ୍ଟ ହୋଇପଡୁଛି ଆମ ଦେଶର ଭବିଷ୍ୟତଙ୍କ ଭବିଷ୍ୟତ। ସେପଟେ, ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ବୁଗୁଡା ବ୍ଲକ ତାକରଡା ସ୍କୁଲର ପ୍ରଧାନଶିକ୍ଷକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ପାଇଁ ସରକାର ବେଶ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିକ୍ଷକଙ୍କୁ ଦରମା ଦେଉଛନ୍ତି। ହେଲେ ଶିକ୍ଷକ ପିଲାଙ୍କୁ ଶିକ୍ଷାଦାନ କରିବା ବଦଳରେ ଦେଉଛନ୍ତି କର୍ମଦାନ। ଯେଉଁଠି ପିଲାଙ୍କୁ ଶିକ୍ଷା ଦେଇ ସେମାନଙ୍କର ଭବିଷ୍ୟତ ଗଠନ କରିବା ପାଇଁ ପଥପ୍ରଦର୍ଶକ ହେବା କଥା, ସେଠି ହାତରେ ଧରାଇଛନ୍ତି ଟାଙ୍ଗିଆ । ଏ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଅସନ୍ତୋଷ । ଘଟଣା ସମ୍ପର୍କରେ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଘଟଣାର ତଦନ୍ତ କରାଯିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body: ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଷ୍ଟୋରୀ ର ଭିଡିଓ ବାଇଟ୍ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.