ETV Bharat / state

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପାନୀୟ ଜଳ ପ୍ରକଳ୍ପ ସମୀକ୍ଷା - State Planning Board Vice-Chairman

ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ବସୁଧା ଯୋଜନାରେ ତିଆରି ହୋଇଥିବା ନିର୍ମାଣଧୀନ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା । ଅଧିକ ପଢନ୍ତୁ...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପାନୀୟ ଜଳ ପ୍ରକଳ୍ପ ସମୀକ୍ଷା

author img

By

Published : Nov 17, 2020, 9:38 AM IST

ବ୍ରହ୍ମପୁର: ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ତିଆରି ହୋଇଛି ପାନୀୟ ଜଳ ପ୍ରକଳ୍ପ । ମଙ୍ଗଳବାର ନିର୍ମାଣଧୀନ ବୃହତ ପାନୀୟ ଜଳ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପାନୀୟ ଜଳ ପ୍ରକଳ୍ପ ସମୀକ୍ଷା

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ପାଇଁ ନିର୍ମାଣଧିନ ବୃହତ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ଏହି କାର୍ଯ୍ୟ କିଭଳି ଚାଲିଛି ସେ ନେଇ ବିଭାଗୀୟ ଅଧିକାରୀ ଏବଂ ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ।

ଏହି ଯୋଜନାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକର କସାଂରୀଗଣ୍ଡରୁ ପାଣି ଅଣାଯାଇ ଏହାକୁ ୱାର୍ଟର ଟ୍ରିଟମେଣ୍ଟ ପ୍ଳାଣ୍ଟ ଜରିଆରେ ଡିପିଆର୍ ଅନୁଯାୟୀ ଗଞ୍ଜାମ ବ୍ଳକର ୫୪ ଟି ଗ୍ରାମ ଏବଂ କୃଷ୍ଣପ୍ରସାଦ ବ୍ଳକର ୮୬ ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥିର କରାଯାଇଛି । ବର୍ତ୍ତମାନ ସେହି ପାନୀୟ ଜଳ ଆସୁଥିବା କେତେକ ଅଞ୍ଚଳକୁ ମିଶାଯିବା ପାଇଁ ଦାବି ହେବା ପରେ ଅତିରିକ୍ତ ୧୬ ଗୋଟି ଗ୍ରାମକୁ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ସରକାରଙ୍କ ବସୁଧା ଯୋଜନାରେ ମୋଟ ୨୦୩ କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି । ଏହି ପାଇଲର୍ଟ ପ୍ରୋଜେକ୍ଟରେ କାର୍ଯ୍ୟ ଇତି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଛି । କୋଭିଡ ୧୯ ପାଇଁ କାମରେ ବିଳମ୍ବ ହୋଇଛି । ଏହା ନିର୍ଦ୍ଧାରିତ ସମୟ ଠାରୁ ଯେପରି ଦୁଇରୁ ତିନି ମାସ ଭିତରେ ଶେଷ ହେବ ସେ ନେଇ ସମୀକ୍ଷା କରାଯାଇଛି ।

ସେହିପରି ରଷିକୁଲ୍ୟା ନଦୀର ଅବବାହିକାରୁ ଆସୁଥିବା ଜଳ ମଧ୍ୟରୁ ମାତ୍ର ସାତ ପ୍ରତିଶତ ବ୍ୟବହାର ହେଉଥିବା ବେଳେ ଅନ୍ୟ ଜଳ ସମୁଦ୍ରକୁ ନିଷ୍କାସିତ ହେଉଥିବାରୁ କିଭଳି ଜଳର ଅଧିକ ସଂରକ୍ଷଣ ହୋଇପାରିବ ସେ ନେଇ ଆଲୋଚନା କରାଯାଇଛି । ଏହି ଗ୍ରସ୍ତ ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.