ETV Bharat / state

ଫେଲ୍ ମାରିଛି ସରକାରଙ୍କ ସୌର ଚାଳିତ ପାନୀୟ ପ୍ରକଳ୍ପ

କଳାପଥର ପଞ୍ଚାୟତର ନନ୍ଦନମାଳ ନୂଆ ବସ୍ତି ବାସିନ୍ଦାଙ୍କ ପାଇଁ ଫେଲ ମାରିଛି ସୌର ଚାଳିତ ପାନୀୟ ପ୍ରକଳ୍ପ । ସାଢେ 4 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ସିଲିକନ୍ ପ୍ଲେଟ୍ ଚୋରି ହୋଇଯିବା ପରଠାରୁ ଅଚଳ ହୋଇପଡିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନକୁ ଦାବି କରିଛନ୍ତି ଗ୍ରାମବାସୀ ।

author img

By

Published : May 12, 2019, 10:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲାର ପ୍ରତିଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ସୌର ଚାଳିତ ପାନୀୟ ପ୍ରକଳ୍ପର ନିର୍ମାଣ କରାଯାଇଛି । ବିଶେଷ କରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ରହୁଥିବା ବସ୍ତି ଅଞ୍ଚଳବାସୀଙ୍କ ପାଇଁ ଏହି ସୌର ଚାଳିତ ପାନୀୟ ପ୍ରକଳ୍ପ କରାଯାଇଛି । ହେଲେ ସରକାରଙ୍କ ଏହି ଯୋଜନା ଫେଲ ମାରିଛି କଳାପଥର ପଞ୍ଚାୟତର ନନ୍ଦନମାଳ ନୂଆ ବସ୍ତିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

50ଟି ପରିବାର ରହୁଥିବା ଏହି ଗାଁ ପାଇଁ ସୌର ଚାଳିତ ପାନୀୟ ପ୍ରକଳ୍ପ ତିଆରି ହୋଇଥିଲେ ହେଁ ଗାଁ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ ପାଲଟିଛି । ବିଶୁଦ୍ଧ ଜଳ ତ ଦୂରର କଥା ପାଣି ଟିକକ ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ସାଢେ 4 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପରେ କେବଳ ଗୋଟିଏ ଗ୍ରୀଷ୍ମରେ ହିଁ ପିଇବା ପାଣି ପାଇଥିଲେ । କିନ୍ତୁ ବର୍ଷା ସମୟରେ ଏହାର ସିଲିକନ୍ ପ୍ଲେଟ୍ ଚୋରି ହୋଇଯିବା ପରଠାରୁ ଅଚଳ ହୋଇପଡିଛି ସରକାରଙ୍କ ଏହି ପ୍ରକଳ୍ପ ।

ହେଲେ ପ୍ରକଳ୍ପକୁ ପୁନଃଉଦ୍ଧାର ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ନିଘା ନାହିଁ । ସେପଟେ ପ୍ରକଳ୍ପର ମରାମତି କରାଯିବା ନେଇ ପ୍ରକଳ୍ପର ପ୍ରତିଷ୍ଠାତା ଓରିଡାକୁ ସୂଚନା ଦିଆଯାଇଥିବା କହିଛନ୍ତି ଜିଲ୍ଲା ଜଳ ଓ ପରିମଳ ବିଭାଗର ନିର୍ବାହ ଯନ୍ତ୍ରୀ ।

ଖାଲି ଯେ ନନ୍ଦନମାଳ ନୂଆବସ୍ତି ନୁହେଁ, ଏପରି 6ଟି ବ୍ଲକର ଆଭ୍ୟନ୍ତରରେ ନିର୍ମାଣ ହୋଇଛି ଏହି ପ୍ରକଳ୍ପ । କିନ୍ତୁ ସରକାରଙ୍କ କୋଟି କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ମେଣ୍ଟାଇ ପାରୁନି ଗ୍ରାମବାସୀଙ୍କ ଶୋଷ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.