ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପଞ୍ଚୁଆଣି ନିକଟ ଆମ୍ବୁଆବାଡ଼ି ନିକଟରେ ଯୁବକଙ୍କୁ ଛୁରାମାଡ l ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଗୁରୁତର ଯୁବକ ହେଲେ ସମଇଗୁଡା ଗାଁର ବିଶ୍ୱନାଥ ଗୌଡ଼ ।
ସୂଚନା ଅନୁଯାୟୀ, ବିଶ୍ୱନାଥ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ଏକ ବାଇକରେ ଶେରଗଡ଼ ଯାଉ ଥିବାବେଳେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ସମ୍ପର୍କୀୟ ଭାଇଙ୍କ ଉପରକୁ ଲଙ୍କାଗୁଣ୍ଡ ପକାଇ ବିଶ୍ୱନାଥଙ୍କ ପେଟକୁ ଛୁରାମାଡ଼ କରିଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ଖବର ପାଇ ଆସିକା ପୋଲିସ ଓ ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛୁରାମାଡ଼ର କାରଣ ଅସ୍ୱଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି କାଣ୍ଡ ଘଟା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଇଟିଭି ଭାରତ, ଗଞ୍ଜାମ