ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲ୍ଲାରୁ ଏକ 11 ଫୁଟିଆ ଅହିରାଜ ସାପ ଉଦ୍ଧାର କରାଯାଇଛି ।
ଜିଲ୍ଲାର ଜିଉରା ପଞ୍ଚାୟତ ଅନ୍ତର୍ଗତ ସାଣ୍ଡହେପ ଗ୍ରାମର ଏକ ବଗିଚାରେ ବିରାଟକାୟ ଅହିରାଜ ସାପ ବୁଲୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ପି.ଏଫ୍.ଏର ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ସାପ ଉଦ୍ଧାର କରିବା ପାଇଁ ଗ୍ରାମରେ ପହଞ୍ଚି କୌଶଳକ୍ରମେ ସାପଟିକୁ ଉଦ୍ଧାର କରିଥିଲେ ।
ଏହାପରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ଖଡଗରାଏଙ୍କ ନିର୍ଦ୍ଦେଶକ୍ରମେ ନିକଟସ୍ଥ ଚାଙ୍ଗୁଡିଦେଇ ପାହାଡରେ ସାପଟିକୁ ଛାଡି ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ