ETV Bharat / state

କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର, CCTVରେ କଏଦ ହେଲା ଛାତିଥରା ଦୃଶ୍ୟ

author img

By

Published : Nov 21, 2022, 12:40 PM IST

କ୍ଷୀପ୍ର ବେଗରେ ଆସି ଛାତ୍ରୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର । ସିସିଟିଭିରେ କଏଦ ହେଲା ଦୁର୍ଘଟଣା ସମୟର ଦୃଶ୍ୟ । ଅଧିକ ପଢନ୍ତୁ

କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର

ବ୍ରହ୍ମପୁର: କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର । ସିସିଟିଭିରେ କଏଦ ହେଲା ସେହି ସମୟର ଛାତିଥରା ଦୃଶ୍ୟ । ଏହି ଘଟଣାରେ ୩ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମୁଖ୍ୟରାସ୍ତାର ଭାବନ୍ଧ ଛକ ଠାରେ । ଆହତ ୩ ଛାତ୍ରୀ ହେଉଛନ୍ତି ସୁମିତ୍ରା ସାମଲ, ଇତିଶ୍ରୀ ପ୍ରଧାନ ଓ ଶୁଭଶ୍ରୀ ।

ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ୪ଜଣ ଛାତ୍ରୀ ସାଇକେଲ ଧରି କଲେଜ ଯାଉଛନ୍ତି, ଏହି ସମୟରେ ହଠାତ ପଛପଟୁ ଏକ କାର କ୍ଷୀପ୍ର ବେଗରେ ଆସି ସେମାନଙ୍କ ଉପରେ ଚଢି ଯାଉଛି । ଫଳରେ ରାସ୍ତାରେ ଛିଟିକି ହୋଇ ପଡୁଛନ୍ତି ଛାତ୍ରୀ । ଏହାପରେ କାରଟି ଏକ ଦୋକାନ ମଧ୍ୟକୁ ପଶିଯାଇ ଅଟକି ଯାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଗୁରୁତର ତିନି ଛାତ୍ରୀ ସାଇକେଲ ଧରି ଭାବନ୍ଧ ଛକ ରାସ୍ତାରେ ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ କାର ଆସି ସେମାନଙ୍କ ଉପରେ ମାଡି ଯାଇଥିଲା । ଏହାପରେ ରାସ୍ତା ପାର୍ଶ୍ବରେ ରହିଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା । ଏହାପରେ ଗୁରୁତର ଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି କାର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହି ଦୁର୍ଘଟଣା ସମୟର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହା ରବିବାର ଦିନ ସାମ୍ନାକୁ ଆସିଥିଲା । ଆହତ ୩ ସୁମିତ୍ରା ସାମଲ, ଇତିଶ୍ରୀ ପ୍ରଧାନ ଓ ଶୁଭଶ୍ରୀ ନାବାକ ରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.