ETV Bharat / state

ଆଜିଠାରୁ ଗଞ୍ଜାମରେ ସେରୋଲୋଜିକାଲ୍ ସର୍ଭେ - Ganjam Sero survey

ଗଞ୍ଜାମ ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଜିଲ୍ଲାରେ ସେରୋଲୋଜିକାଲ୍ ସର୍ବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ପହଞ୍ଚିବେ ତିନି ଜଣିଆ ଟିମ୍ । ଅଧିକ ପଢନ୍ତୁ...

ଆସନ୍ତା କାଲି ଠାରୁ ଗଞ୍ଜାମରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ

author img

By

Published : Jun 17, 2021, 6:37 AM IST

ବ୍ରହ୍ମପୁର: ଆଜି(ଗୁରୁବାର) ଠାରୁ ଗଞ୍ଜାମରେ ଆରମ୍ଭ ହେବ ସେରୋ ସର୍ଭେ । ଗଞ୍ଜାମ ଜିଲ୍ଲାରେ କରୋନାର ଦ୍ଵିତୀୟ ଲହର ଧିରେ ଧିରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଜିଲ୍ଲାରେ ଖୁବ କମ୍ ସଂଖ୍ୟକ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସମୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଜିଲ୍ଲାରେ ସେରୋଲୋଜିକାଲ୍ ସର୍ବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ପହଞ୍ଚିବେ ତିନି ଜଣିଆ ଟିମ୍ । ମୁଖ୍ୟତଃ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ସମେତ ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଏଭଳି ସେରୋ ସର୍ଭେ ହେବ ବୋଲି କୁହାଯାଇଥିବା ବେଳେ ଏହି ସର୍ବେକ୍ଷଣ ଦ୍ୱାରା ଜିଲ୍ଲାରେ କେତେ ପ୍ରତିଶତ ବ୍ୟକ୍ତିବିଶେଷଙ୍କ ଶରୀର ମଧ୍ୟରେ କିଭଳି କୋରୋନା ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହୋଇଛି, ତାହାର ଏକ ସ୍ପଷ୍ଟ ଚିତ୍ର ଜଣାପଡ଼ିବ।

ଆସନ୍ତା କାଲି ଠାରୁ ଗଞ୍ଜାମରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ

କୋରୋନା ମୁକାବିଲା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କୁହାଯାଇଛି । ଏଣୁ, ଏହି ତିନି ଜଣିଆ ଟିମ୍ ବ୍ରହ୍ମପୁର ମହାନଗର ଦୁଇଟି ୱାର୍ଡ ସମେତ ମୋଟ ୧୦ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ଏହି ସର୍ଭେ ସମୟରେ ମୋଟ ୧୦ ଗୋଟି ସ୍ଥାନକୁ ଚିହ୍ନଟ କରାଯାଇଥିବା ବେଳେ ଗୋଟିଏ ସ୍ଥାନରୁ ୪୦ ଜଣ ବ୍ୟକ୍ତିବିଶେଷଙ୍କ ଠାରୁ ସାମ୍ପୁଲ ସଂଗ୍ରହ ସହିତ ଶହେ ଜଣେ ସ୍ୱାସ୍ଥକର୍ମୀଙ୍କ ମଧ୍ୟ ସାମ୍ପୁଲ ସଂଗ୍ରହ କରାଯିବ ବୋଲି କୁହାଯାଇଛି । ଏହାକୁ ଜିଲ୍ଲାରେ ଚତୁର୍ଥ ଥର ସେରୋ ସର୍ଭେ ବୋଲି କୁହାଯିବ ।

ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ମଧ୍ୟ ସେରୋ ସର୍ବେକ୍ଷଣ ହୋଇଥିବା ବେଳେ କୋରୋନାର ପ୍ରଥମ ଲହର ଅର୍ଥାତ ଗତ ବର୍ଷ ଅଗଷ୍ଟ ୩ରୁ ୭ ତାରିଖ ମଧ୍ୟରେ ଗଞ୍ଜାମ ଜିଲ୍ଲାର କେବଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସେରୋ ସର୍ବେକ୍ଷଣ କରାଯାଇଥିଲା। ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‌ଏମ୍‌ଆର୍‌ସି), ବ୍ରହ୍ମପୁର ମହାନଗର ନିଗମ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ମିଳିତ ଉଦ୍ୟମରେ ଏହା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.