ETV Bharat / state

Panchayat Poll: ଗଞ୍ଜାମରେ ୬୪ ପ୍ରତିଶତ ମତଦାନ - ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସୋରଡା ବ୍ଲକ୍‌ ଅଞ୍ଚଳର ୩ଶହ ୩୮ଟି ପୋଲିଂ ବୁଥରେ ୧ ଲକ୍ଷ ୯ ହଜାର ୨ ଜଣ ଭୋଟରଙ୍କ ମଧ୍ୟରୁ ୬୨ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

Panchayat Poll: ଗଞ୍ଜାମରେ ୬୪ ପ୍ରତିଶତ ମତଦାନ

author img

By

Published : Feb 18, 2022, 10:35 PM IST

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସୋରଡା ବ୍ଲକ୍‌ ଅଞ୍ଚଳର ୩ଶହ ୩୮ଟି ପୋଲିଂ ବୁଥରେ ୧ ଲକ୍ଷ ୯ ହଜାର ୨ ଜଣ ଭୋଟରଙ୍କ ମଧ୍ୟରୁ ୬୨ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ଠିକ୍ ସେହିଭଳି ରଙ୍ଗେଇଲୁଣ୍ଡା ବ୍ଲକ୍ର ୪ଶହ ପୋଲିଂ ବୁଥରେ ୧ଲକ୍ଷ ୪୦ ହଜାର ୫ଶହ ୨୮ ଭୋଟରଙ୍କ ମଧ୍ୟରୁ ୬୪.୪୩ ପ୍ରତିଶତ ଭୋଟର ଭୋଟ ଦେଇଛନ୍ତି ।

ସେହିଭଳି ସାନଖେମୁଣ୍ଡି ବ୍ଲକରେ ୩ଶହ ୬୭ ପୋଲିଂ ବୁଥରେ ୧ଲକ୍ଷ ୩୭ ହଜାର ୨ଶହ ୩୯ ଜଣ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତ ଲୋକେ ଭୋଟ ଦେଇଛନ୍ତି । ଚିକିଟି ବ୍ଲକର ୨ ଶହ ୪୬ଟି ପୋଲିଂ ବୁଥରେ ୯୨ ହଜାର ୯ଶହ ୩୭ ଭୋଟର ମଧ୍ୟରୁ ୬୫.୩୬ ପ୍ରତିଶତ ମତଦାନ ହୋଇଛି । ସେହିପରି ଯଥାକ୍ରମେ, ବୁଗୁଡା ବ୍ଲକ୍ର ୨ଶହ ୮୭ଟି ମତଦାନ କେନ୍ଦ୍ରରେ ୯୮ ହଜାର ୩ଶହ ୮୦ଜଣ ମତଦାତା ମଧ୍ୟରୁ ୬୪.୪୩ ପ୍ରତିଶତ ଭୋଟ ଦେିଛନ୍ତି ।

ତେବେ ଏହିଭଳି ଜିଲ୍ଲାର ୫ଟି ବ୍ଲକରେ ସମୁଦାୟ ୫ଲକ୍ଷ ୭୮ ହଜାର ୮୬ଜଣ ଭୋଟରଙ୍କ ମଧ୍ୟରୁ ୬୫.୦୪ ପ୍ରତିଶତ ମତଦାନ କରିଛନ୍ତି । ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନକୁ ସୂଚାର ରୂପେ ସମ୍ପାଦାନ କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଅଧିକାରୀଙ୍କୁ ପ୍ରସଂଶା କରିଛନ୍ତି ।

ଅନ୍ୟପଟେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ଚିକିଟି ଏବଂ ରଙ୍ଗେଇଲୁଣ୍ଡା ବ୍ଳକର ଗୋଟିଏ ଲେଖାଏଁ ବୁଥରେ ଉତ୍ତୋଜନା ହୋଇଥିବା ବେଳେ ଏହି ଦୁଇ ବୁଥକୁ ନେଇ କ'ଣ ପଦକ୍ଷେପ ନିଆଯିବ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ କରା ଯାଇନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.