ETV Bharat / state

ଘରଚଟିଆ ସୁରକ୍ଷା ଦିଗରେ ସମର୍ପିତ ସାଗର, ଆସିଲା ଆମେରିକାରୁ ଡାକରା - ଘରଚଟିଆ

ଦିନକୁ ଦିନ ହଜିବାକୁ ବସିଲେଣି ଘରଚଟିଆ । ଆଉ ସେମାନଙ୍କୁ ଦେଖିବାକୁ ମିଳୁଛି ନା ସେମାନଙ୍କ କିଚିରିମିଚିରି ଶଦ୍ଦ ଶୁଭୁଛି । ଏହି ବିଲୁପ୍ତ ଘରଚଟିଆ ପକ୍ଷୀର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଅନବରତ କାର୍ଯ୍ୟ କରି ଆସୁଛନ୍ତି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର ସାଗର ପାତ୍ର । ଏନେଇ ତାଙ୍କୁ ଆମେରିକାରୁ ଡାକରା ଆସଛି । ଅଧିକ ପଢନ୍ତୁ

sagar patra protecting sparrow bird
ଘରଚଟିଆ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି ସାଗର
author img

By

Published : Mar 12, 2023, 7:20 PM IST

ଘରଚଟିଆ ସୁରକ୍ଷା ଦିଗରେ ସମର୍ପିତ ସାଗର

ବ୍ରହ୍ମପୁର: କିଚିରିମିଚିରି ଶଦ୍ଧ କରି ଘର ଚାଳରେ ବାସ କରୁଥିବା ପକ୍ଷୀଟି ହେଉଛି ଘରଚଟିଆ । ସମୟ କ୍ରମେ ଆଜି ଏହି ଘରଚଟିଆ ବିଲୁପ୍ତ ପ୍ରାଏ । ଆଉ ଦେଖିବାକୁ ମିଳୁନାହାନ୍ତି ଘରଚଟିଆ । ଧୀରେ ଧୀରେ ହଜିବାକୁ ବସିଲେଣି ଏହି ପକ୍ଷୀ । କାଁଭାଁ ସ୍ଥାନରେ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଏହି ଘରଚଟିଆ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟ କରି ଆସୁଛନ୍ତି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର ସାଗର କୁମାର ପାତ୍ର । ଘରକୁ କିପରି ଘରଚଟିଆ ଫେରିବେ ସେ ଦିଗରେ 10 ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି ସାଗର । ଆଉ ଏହି ଘରଚଟିଆଙ୍କ ସଂରକ୍ଷଣ କରି ସାଗର ଆମେରିକା ଯାତ୍ରା କରିଛନ୍ତି ।

ପୂର୍ବରୁ ଗ୍ରାମାଞ୍ଚଳର ମାଟିର ରାସ୍ତା ଏବଂ ଚାଳ ଛପର ଘରେ ଘରଚଟିଆଙ୍କୁ ଦେଖିବାକୁ ମିଳୁଥିଲା । ହେଲେ ବର୍ତ୍ତମାନର କଙ୍କ୍ରିଟ ଦୁନିଆରେ ନାଁ ରହିଛି ମାଟି ଘର ନାଁ ଦେଖିବାକୁ ମିଳୁଛି ସେହି ପରିବେଶ । ଯାହାକୁ ନେଇ ଦିନକୁ ଦିନ ଘରଚଟିଆଙ୍କ ସଂଖ୍ୟା ଲୋପ ପାଇବାକୁ ବସିଲାଣି । ଘରଚଟିଆ କିପରି ପୁଣି ଗାଁକୁ ଫେରିବେ ସେ ଦିଗରେ ସାଗର କାର୍ଯ୍ୟ କରୁଛନ୍ତି । ୨୦୧୧ ମସିହାରେ ବ୍ରହ୍ମପୁର ଉପକଣ୍ଠର ଗୁଣ୍ଠବନ୍ଧରେ ସ୍ଥାନୀୟ ଯୁବକମାନେ ଆଞ୍ଚଳିକ ବିକାଶ ପରିଷଦ ଗଠନ କରିଛନ୍ତି । ଯାହାକି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକରେ ପ୍ରାୟ ୩୦ଟି ଗ୍ରାମରେ ସକ୍ରିୟ ରହି ଘରଚଟିଆମାନଙ୍କର ଉପସ୍ଥିତି ସୁରକ୍ଷାକୁ ନେଇ କାର୍ଯ୍ୟ କରୁଛି । ଏସମସ୍ତ ଉଦ୍ୟମ ଯୋଗୁଁ ଲୁପ୍ତପ୍ରାୟ ଘରଚଟିଆକୁ ପୁଣି ବିଭିନ୍ନ ଗାଁ ଗାଁରେ ପହଞ୍ଚାଇବା ଯୋଗୁଁ ସକାଳ ଓ ସଂନ୍ଧ୍ୟା ସମୟରେ ଘରଚଟିଆଙ୍କର କିଚିରି ମିଚିରି ଶଦ୍ଧ ଶୁଣିବାକୁ ମିଳୁଛି । ଘରଚଟିଆଙ୍କ ବଂଶବୃଦ୍ଧି ହୋଇପାରିଛି । ଏଭଳି ଅଭିଯାନ ପାଇଁ ସାଗରଙ୍କୁ ଆମେରିକାକୁ ନିମନ୍ତ୍ରଣ ପାଇଛନ୍ତି । ମାର୍ଚ୍ଚ 10 ତାରିଖରୁ ଆମେରିକା ଅଭିମୁଖେ ବାହାରିଛନ୍ତି ସାଗର । ସେଠାରେ 13ରୁ 31 ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେବେ । ସାଗର ଓ ତଙ୍କ ସହଯୋଗୀଙ୍କ ଏହି ପ୍ରୟାସ ପାଇଁ ଗର୍ବ ଅନୁଭବ କରିଛନ୍ତି ଗ୍ରାମବାସୀ ।

ଆମେରିକା ସରକାରଙ୍କ ପକ୍ଷରୁ ହେବାକୁ ଥିବା ଆନ୍ତର୍ଜାତୀୟ ନେତୃତ୍ବ ପରିଦର୍ଶକ କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେବା ପାଇଁ ସାଗରଙ୍କୁ ନିମନ୍ତ୍ରଣ ଆସିଛି । କିଭଳି ଭାବେ ନିଜ ଅଞ୍ଚଳରେ ଘରଚଟିଆର ସୁରକ୍ଷା ଓ ଏହାର ବଂଶବୃଦ୍ଧି ଦିଗରେ କାମ କରୁଛନ୍ତି ସେ ନେଇ ଆଲୋଚନାରେ ନିଜର ଅଭିଜ୍ଞତା ବାଖ୍ୟା କରିବେ । ଏ ନେଇ ସାଗର ଏବଂ ତାଙ୍କ ସହଯୋଗୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ନେତୃତ୍ବ ପରିଦର୍ଶକ କାର୍ଯ୍ୟକ୍ରମରେ ପାଇଁ ରାଜ୍ୟରୁ 6ଜଣ ଯୁବବର୍ଗ ମନୋନୀତ ହୋଇଛନ୍ତି । ସେଥିମଧ୍ୟରେ ସାଗର ରହିଥିବା ବେଳେ ସେଠାରେ ଅନେକ ବିଷୟ ଶିକ୍ଷା ଲାଭ କରିବେ ବୋଲି ଆଶା କରାଯାଉଛି । ଯାହା ଘରଚଟିଆ ସୁରକ୍ଷା ଦିଗରେ ସହାୟକ ହେବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.