ETV Bharat / state

ପଦ୍ମ ଧରିବେ କି ପ୍ରଦୀପ ? ବିଜେପି ପାଇଁ ପ୍ରଦୀପ ମାଗିଲେ ଭୋଟ

author img

By

Published : Nov 27, 2022, 6:09 PM IST

Updated : Nov 27, 2022, 8:26 PM IST

ପ୍ରଦୀପଙ୍କ ପାଇଁ ପ୍ରଦୀପ ମାଗିଲେ ଭୋଟ । ପ୍ରଦୀପ ପାଣିଗ୍ରାହୀ ବର୍ତ୍ତମାନ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେବାରେ ଲାଗିଛି । ବିଧାୟକ ପ୍ରଦୀପ ଗୋପାଳପୁରରେ ଅନୁଷ୍ଠିତ ସାଧାରଣ ସଭାରେ ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ପଦ୍ମପୁର ଭୋଟରଙ୍କୁ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ

ପଦ୍ମ ଧରିବେ କି ପ୍ରଦୀପ ? ସଭାମଞ୍ଚରୁ ବିଜେପି ପାଇଁ ମାଗିଲେ ଭୋଟ୍‌

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବର୍ତ୍ତମାନ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏବେ ପଦ୍ମପୁର ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି କ୍ରମରେ ଗୋପାଳପୁରରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନମଣ୍ଡଳୀର ନାଁ ପଦ୍ମପୁର ହୋଇଥିବାରୁ ପଦ୍ମପୁରବାସୀ ତାର ସମ୍ମାନ ରଖନ୍ତୁ ବୋଲି କହିଛନ୍ତି ପ୍ରଦୀପ ।

ପଦ୍ମ ଧରିବେ କି ପ୍ରଦୀପ ? ବିଜେପି ପାଇଁ ପ୍ରଦୀପ ମାଗିଲେ ଭୋଟ

ପଦ୍ମପୁରରେ ପଦ୍ମ ଫୁଟାଇ ବିଜେଡିକୁ ଏକ ସନ୍ଦେଶ ଦେବାକୁ ଆହ୍ବାନ୍‌ ଦେଇଛନ୍ତି ଗୋପାଳପୁର ବିଧାୟକ । ସେ କହିଛନ୍ତି, "ନିର୍ମଳ ଶାସନ ପାଇଁ ଲୋକେ ଚେତାବନୀ ଦିଅନ୍ତୁ । ପ୍ରଦୀପ ପୁରୋହିତଙ୍କୁ ବିଜୟୀ କରାନ୍ତୁ । ନବୀନ ବାବୁଙ୍କ ପ୍ରଶାସନର ଅହଂକାର ପାଇଁ ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟା ଦେବା ଉଚିତ । ଏଥିପାଇଁ ମୁଁ ପଦ୍ମପୁରବାସୀଙ୍କୁ ଆହ୍ବାନ ଦେଉଛି, ଅନୁରୋଧ କରୁଛି ଯେ, ଓଡିଶାରେ ପରିବର୍ତ୍ତନ ସମୟ ଆସିଗଲାଣି । ନବୀନ ବାବୁଙ୍କ ଏବଂ ତାଙ୍କ ପରିବାରକୁ ୩୧ବର୍ଷ ଧରି ଶାସନ କରିବାକୁ ଜନସାଧାରଣ ଦେଇଛନ୍ତି । ତାଙ୍କ ପ୍ରତି ତାଙ୍କ ପ୍ରତି ଅନ୍ୟାୟ କରିନାହାନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏକଥାକୁ ସେନିଜକୁ ଜାଣିବା ଉଚିତ । ସେ ଦୃଷ୍ଟିରୁ ଯୋ ମୁଖ୍ୟମନ୍ତ୍ରୀ ପବ୍ଲିକର କଥା ଶୁଣିବେ ନାହିଁ । ସାଧାରଣ ଲୋକଙ୍କ କଥା ଶୁଣିବେ ନାହିଁ । ଏମଏଲଏଙ୍କ କଥା ଶୁଣିବେ ନାହିଁ । ପ୍ରଶାସନିକ ଅଧିକାରୀମାନେ ସବୁ କଥାରେ ଡିସିସନ୍ ନେବେ ଆଉ ଅନୁଷ୍ଠାନମାନେ ଦୁର୍ବଳ ହେବେ । ଏବେ ଲୋକେ କଲେକ୍ଟର ଅଫିସ, ଏସପି ଅଫିସକୁ ଡାଉଟ କରୁଛନ୍ତି । ନିରପେକ୍ଷ ତଦନ୍ତ ହେବକି ନାହିଁ । ସମସ୍ତେ ସନ୍ଦେହ କରୁଛନ୍ତି ।" ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଛନ୍ତି । ସେହିପରି ପ୍ରଶାସନିକ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିବା ସହ ଲୋକେ ପ୍ରଶାସନ ଉପରୁ ଆସ୍ଥା ହରାଇଲେଣି ବୋଲି ପ୍ରଦୀପ ବଡ଼ ବୟାନ ଦେଇଛନ୍ତି ।

ବିଜେଡି ଦଳରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ । ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମତ ରଖି ଚର୍ଚ୍ଚାରେ ରହି ଆସୁଛନ୍ତି ଗୋପାଳପୁର ବିଧାୟକ । ଏବେ ପଦ୍ମପୁର ଉପନିର୍ବାଚନରେ ବିଜେପି ଦଳକୁ ଭୋଟ ଦେବାକୁ କହିବା ଓ ବିଜେଡି ଶାସିତ ସରକାରଙ୍କୁ ଶିକ୍ଷା ଦେବାକୁ ଆହ୍ବାନ ଦେଇଛନ୍ତି । ଏଭଳି ମନ୍ତବ୍ୟ ପରେ ପ୍ରଦୀପ ପାଣିଗ୍ରାହୀ ଖୁବଶୀଘ୍ର ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଲାଣି ।

ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ଗୋପାଳପୁର ବିଧାୟକ । ସେହିଭଳି ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଶଂସାରେ ପୋତିଥିଲେ । ମୋଦି ଓଡ଼ିଆ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଉପସ୍ଥାପନ କରିଥିବା କଥା କହିଥିଲେ । ସେପଟେ ରାଜ୍ୟରେ ଅଫିସରଙ୍କ ସମାଲୋଚନା କରିଥିଲେ ପ୍ରଦୀପ । ସେପଟେ ଏହାକୁ ନେଇ ପ୍ରଶ୍ନ କରିବାରୁ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ମୋର କହିବାରେ କିଛି ଅସୁବିଧା ନାହିଁ । କାରଣ ମୁଁ ବର୍ତ୍ତମାନ ସ୍ବାଧୀନ ବିଧାୟକ ।"

ଇଟିଭି ଭାରତ, ଗଞ୍ଜାମ

Last Updated : Nov 27, 2022, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.