ETV Bharat / state

ଉପକୂଳ ରାଜପଥ ଯୋଜନାରେ ଗଞ୍ଜାମକୁ ଅବହେଳା ! ବାଟ ହୁଡ଼ୁଛି ପରିବେଶ ମନ୍ତ୍ରଣାଳୟ

author img

By

Published : Apr 3, 2023, 10:39 PM IST

ଉପକୂଳ ରାଜପଥ ଯୋଜନାରେ ଗଞ୍ଜାମ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି । ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିବା ପ୍ରସ୍ତାବିତ କୋଷ୍ଟାଲ ହାଇୱେ ନିର୍ମାଣ ନେଇ ଆଶା ଆଶଙ୍କାରେ ଲୋକେ । ଅଧିକ ପଢ଼ନ୍ତୁ

demand for coastal highway in ganjam
ଅନିଶ୍ଚିତତାରେ ଗଞ୍ଜାମରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣ

ବ୍ରହ୍ମପୁର: ଅନିଶ୍ଚିତତାରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଠାରୁ ପଶ୍ଚିମବଙ୍ଗର ଦିଘା ବନ୍ଦର ମଧ୍ୟରେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ନିର୍ମାଣରେ ବାଧକ ସାଜିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ଅଧିନରେ ହେବାକୁ ଥିବା ଜାତୀୟ ରାଜପଥ ନିର୍ମାଣରୁ ଗଞ୍ଜାମ ଉପକୂଳ ବାଦ ପଡୁଥିବା ନେଇ ଚର୍ଚ୍ଚା ଜୋର ଧରୁଛି । ଉପକୂଳ ରାଜପଥ ନିର୍ମାଣ ହେଲେ ଚିଲିକା ହ୍ରଦର ଜୈବ ବିବିଦତା ଓ ନିକଟରେ ଥିବା ତାଳବଣର କ୍ଷତି ପହଞ୍ଚିବା ଆଶଙ୍କା କରି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ଆପତ୍ତି ଉଠାଇଥିଲେ । ଏହା ପରିବର୍ତ୍ତେ ଗଞ୍ଜାମ ଉପକୂଳ ରାଜପଥର ୬୯ କିମି ବାଦ ଦେଇ କେନ୍ଦ୍ର ସରକାର ୩୮୨ କିମି କୋଷ୍ଟାଲ ହାଇୱେ ନିର୍ମାଣ ନିମନ୍ତେ ଯୋଜନା କରୁଥିବା ବେଳେ ଏହାର ପୁନଃବିଚାର ପାଇଁ ଦାବି କରାଯାଉଛି ।

୨୦୧୫ରେ ରାଜପଥ ନିର୍ମାଣର ଯୋଜନା ପ୍ରସ୍ତୁତ ହୋଇଥିଲା: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୫ ମସିହାରେ ଭାରତମାଳା ଯୋଜନାରେ ଗୋପାଳପୁର ବନ୍ଦରଠାରୁ ପଶ୍ଚିମବଙ୍ଗର ଦିଘା ବନ୍ଦର ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏଥିରେ ମୋଟ ୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ସହିତ ୪୫୧ କି.ମି ହାଇୱେ ନିର୍ମାଣ ପ୍ରସ୍ତାବ ରହିଥିଲା । 2022 ଅକ୍ଟୋବରରେ ପ୍ରସ୍ତୁତ ହୋଇଥିବା ଏହି ନୂତନ ଡିପିଆର୍‌ରେ କେନ୍ଦ୍ର ସରକାର ଗୋପାଲପୁରଠାରୁ ଦୀଘା ପରିବର୍ତ୍ତେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଠାରୁ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପ ଓ ଧାମରା ବନ୍ଦର ଏବଂ ବାଲେଶ୍ଵର ଜିଲ୍ଲା ରତନପୁର ଦେଇ ଦିଘାକୁ ସଂଯୋଗ ପାଇଁ ସ୍ଥିର କରିଛନ୍ତି । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିଶେଷଜ୍ଞ କମିଟି ଓ ରୁଷିକୁଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳ ପ୍ରସ୍ତାବିତ ହାଇୱେରୁ ବାଦ ପଡ଼ିଥିବା କୁହାଯାଉଥିବା ବେଳେ ଏହାକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଗୋପାଳପୁରଠାରୁ ଚିଲିକା ଦେଇ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ତଟୀୟ ଜାତୀୟ ରାଜପଥର ନିର୍ମାଣ ଦିଗରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେବା ପାଇଁ ଦାବି କରିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ।

୨୦୧୫ ମସିହା ଜୁଲାଇ ମାସରେ ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଲକର କିଛି ବରିଷ୍ଠ ସମାଜସେବୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ଭୂତଳ ପରିବହନ ଓ ଯାହାଜ ଚଳାଚଳମନ୍ତ୍ରୀ ନୀତିନ ଗଡକରିଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରି ଗୋପାଳପୁରଠାରୁ ପ୍ରାୟ ୭୦ କି.ମି ଦୀର୍ଘ ଚିଲିକାର ଜହ୍ନିକୁଦା–ସାତପଡା ଦେଇ ଏହି ତଟୀୟ ରାଜପଥ ନିର୍ମାଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ସେଥିରେ ଜହ୍ନିକୁଦା–ସାତପଡା ମଧ୍ୟରେ ୫ କିମି ଦୀର୍ଘ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ରହିଥିଲା । ପରବର୍ତ୍ତୀ ସମୟରେ ଯୋଜନା ଅଟକଳ ଓ ନକ୍ସା ପ୍ରସ୍ତୁତ ହୋଇଥିଲା । ହେଲେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଚିଲିକା ମଧ୍ୟରେ ବ୍ରିଜ୍ ନିର୍ମାଣକୁ ନେଇ ପରିବେଶ ଉପରେ ଆପତ୍ତି କରିବା ପରେ ପ୍ରସ୍ତାବିତ ଉପକୂଳ ଜାତୀୟ ରାଜପଥ ଯୋଜନାଟି ଅଟକି ଯାଇଥିବାରୁ ଏହାର ପୁନଃବିଚାର ପାଇଁ ଦାବି କରିଛନ୍ତି ପୂର୍ବତନ ଉପବାଚସ୍ପତି ।

ଏହି ରାସ୍ତା ହେଲେ ବହୁମୁଖୀ ବିକାଶ ଘଟିବା ସହଆର୍ଥିକ ସ୍ୱାର୍ଥ ସାଧିତ ହୋଇପାରିବ । ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଜିଲ୍ଲା ଗୁଡିକରୁ ପୁରୀର ଦୂରତା ୬ରୁ ୭୦ କିମି ହ୍ରାସ ପାଇବ । ଗୋପାଳପୁର, ଚିଲିକା, ବ୍ରହ୍ମଗିରି ବ୍ଲକରେ ରହୁଥିବା ପ୍ରାୟ ୩୫ ଗୋଟି ପଞ୍ଚାୟତର ୨୦୦ ଗ୍ରାମର ବସବାସ କରୁଥିବା ଏକ ଲକ୍ଷ ମତ୍ସ୍ୟଜୀବୀ ଏବଂ ଦୁଇ ଲକ୍ଷ ଚାଷୀଙ୍କ ଜୀବିକା ସୁଦୃଢ ଓ ଦୀର୍ଘସ୍ଥାୟୀ ହୋଇପାରିବ । କୃଷ୍ଣପ୍ରସାଦ ବ୍ଲକର ବହୁ ଗ୍ରାମ ବ୍ରହ୍ମଗିରି ପଟରେ ରହିଥିବା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରଶାସନିକ ସେବା ଯୋଗାଇବା ଦିଗରେ ରାସ୍ତାଟି ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏଣୁ ଚିଲିକା ତଟବର୍ତ୍ତୀ ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଲକ ଓ ଚିଲିକା ମଧ୍ୟରେ ଅବସ୍ଥିତ ଗ୍ରାମ ଗୁଡିକୁ ବିଶେଷଜ୍ଞ କମିଟି ପରିଦର୍ଶନ କରି ଲୋକମତ ସଂଗ୍ରହ କରିବା ଓ ବାସ୍ତବଚିତ୍ର ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରି ଛତ୍ରପୁରର ପୂର୍ବତନ ବିଧାୟକ ଅନ୍ୟ ଏକ ପତ୍ର ଲେଖିଛନ୍ତି । ସେପଟେ ଏହି ପ୍ରସଙ୍ଗକୁ ନେଇ ସଂସଦରେ ଉଠାଇବେ ଗଞ୍ଜାମ ଜିଲ୍ଲାର ଦୁଇ ସାଂସଦ କହିଛନ୍ତି ।

ଏନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି," ଉପକୂଳ ରାଜପଥ ନିର୍ମାଣ ହେଲେ ଜିଲ୍ଲାବାସୀ ଲାଭବାନ ହେବେ । ପର୍ଯ୍ୟଟନର ବିକାଶ ସହ ଆର୍ଥିକ ବିକାଶ ମଧ୍ୟ ଘଟିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିପିଆର୍ ପରିବର୍ତ୍ତନ କରାଯିବା ପାଇଁ କୁହାଯାଇଛି । ଏହା କରାନଗଲେ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂସଦରେ ଏହି ପ୍ରସଙ୍ଗ ଉଠାଯିବ । ଗୋଟିଏ ପଟେ ଚିଲିକାର ଜୈବ ବିବିଧତା, ଅନ୍ୟପଟେ ଜିଲ୍ଲାବାସୀଙ୍କ ଜୀବନଜୀବିକା । କେବେ ପୂରଣ ହେବା ଜିଲ୍ଲାବାସୀଙ୍କ ଦାବି ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.