ETV Bharat / state

ଚଳନ୍ତା ଟ୍ରେନରୁ ଖସିପଡିଲେ ଯୁବକ, ଜୀବନ ବଞ୍ଚାଇଲେ RPF ଯବାନ - ଦେବଦୂତ ସାଜିଲେ ଆରପିଏଫ ଯବାନ

ଚଳନ୍ତା ଟ୍ରେନରୁ ଖସିପଡିଥିବା ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଲେ ଆରପିଏଫ ଯବାନ । ଅଧିକ ପଢନ୍ତୁ

rpf police save life of a young man
rpf police save life of a young man
author img

By

Published : Feb 20, 2023, 7:34 AM IST

rpf police save life of a young man

ବ୍ରହ୍ମପୁର: ଦେବଦୂତ ସାଜିଲେ ଆରପିଏଫ ଯବାନ । ଚଳନ୍ତା ଟ୍ରେନରୁ ଖସିପଡିଥିବା ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଲେ ଆରପିଏଫ କନେଷ୍ଟବଳ । ଟ୍ରେନରୁ ଖସିପଡିବା ପରେ ରେଳଧାରଣା ମଧ୍ୟକୁ ପଶି ଯାଉଥିଲେ ଯାତ୍ରୀ ଜଣଙ୍କ । ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇ ଦେଇଛନ୍ତି ଆରପିଏଫ ଯବାନ । ବ୍ରହ୍ମପୁର ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଯାତ୍ରୀବାହି ଟ୍ରେନ ଆସୁଥିବା ବେଳେ ଜଣେ ଆରପିଏଫ ଯବାନ ଷ୍ଟେସନରେ ଛିଡା ହୋଇଥିଲେ। ଏହି ସମୟରେ ଚଳନ୍ତା ଟ୍ରେନ ମଧ୍ୟରୁ ଜଣେ ଯୁବକ ବାହାରକୁ ଆସିବାକୁ ଚେଷ୍ଟା କରି ତଳେ ପଡିଯାଇଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ଆରପିଏଫ କନେଷ୍ଟବଳ ଜଣଙ୍କ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ଆସାମ ରାଜ୍ୟର ୩୪ ବର୍ଷୀୟ ଜୟଶଙ୍କର ମୁଣ୍ଡା ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବ୍ରହ୍ମପୁର ରେଳଷ୍ଟେସନ ଏକ ନମ୍ବର ପ୍ଳାର୍ଟଫର୍ମରେ ଗତକାଲି ମଧ୍ୟାହ୍ନ ୧୨.୩୨ ସମୟରେ ପହଞ୍ଚିଥିଲା ଟ୍ରେନ ନଂ ୧୨୮୪୦ । ଆଉ ସେହି ଟ୍ରେନରେ ନିଜ ପତ୍ନୀଙ୍କ ସହିତ ଜେନେରାଲ ଟିକେଟ କରି ଯାତ୍ରା କରୁଥିଲେ ଆସାମର ଯୁବକ ଜୟଶଙ୍କର ମୁଣ୍ଡା । ସେ ଜାକାଲାବନ୍ଦ ଠାରୁ ବାହାରି ଚେନ୍ନାଇ ଅଭିମୁଖେ ଯାଉଥିଲେ । କିନ୍ତୁ ଜୟଶଙ୍କର ବ୍ରହ୍ମପୁରରେ ଓହ୍ଳାଇ ଚେନ୍ନାଇ ଅଭିମୁଖେ ଅନ୍ୟ ଏକ ଟ୍ରେନରେ ଯିବାପାଇଁ ଯୋଜନା କରିଥିଲେ। ଏଥି ପାଇଁ ଟ୍ରେନଟି ଅଟକିବା ପୂର୍ବରୁ ସେ ଓହ୍ଲାଇବା ସମୟରେ ଟ୍ରେନ ତଳକୁ ଖସି ପଡିଥିଲେ । ଏହି ସମୟରେ ଆରପିଏଫ କନେଷ୍ଟବଳ ସୂର୍ଯ୍ୟକାନ୍ତ ସାହୁ ପ୍ଳାର୍ଟଫର୍ମରେ ଡ୍ୟୁଟି କରୁଥିବା ବେଳେ ରେଳଧାରଣା ଟ୍ରାକ ମଧ୍ୟକୁ ଯୁବକ ଜଣଙ୍କ ପଶି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ ।

ନିକଟରେ ବଲାଙ୍ଗୀରରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଥିଲେ ଆରପିଏଫ ଯବାନ । ନିଜ ଜୀବନକୁ ବାଜି ଲଗାଇ ଯୁବକଙ୍କ ଜୀବନ ରକ୍ଷା କରିଥିବା ଆରପିଏଫ ଯବାନଙ୍କୁ ପ୍ରଶଂସା କରାଯାଇଥିଲା । ଆରପିଏଫ ଯବାନ ଜଣଙ୍କ ବଲାଙ୍ଗୀର ରେଳ ଷ୍ଟେସନରେ ରାତି ଡ୍ୟୁଟି କରୁଥିଲେ । ଭୋର ସମୟରେ ଷ୍ଟେସନର ଏକ ନମ୍ୱର୍ ପ୍ଲାଟଫର୍ମରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବସିଥିବାର ସେ ଦେଖିବାକୁ ପାଇଥିଲେ । ଏହି ସମୟରେ ସମ୍ବଲପୁର ପଟୁ ଏକ ମାଲଗାଡି ବଲାଙ୍ଗୀର ରେଳ ଷ୍ଟେସନ ଦେଇ ଆସୁଥିବା ଦେଖି ଯୁବକ ଜଣକ ହଠାତ୍ ପ୍ଲାଟଫର୍ମରୁ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ଏହି ସମୟରେ ଆରପିଏଫ ଯବାନ ସମ୍ବିତ ତାଙ୍କୁ ବଞ୍ଚାଇ ଦେଇଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.