ETV Bharat / state

ବ୍ରହ୍ମପୁରର ସମସ୍ତ ଧାର୍ମିକ ପୀଠ ଫେବୃଆରୀ ପହିଲା ପର୍ଯ୍ୟନ୍ତ ବନ୍ଦ, ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ

ଦେଶ, ରାଜ୍ୟ ଏବଂ ଗଞ୍ଜାମର କିଛି ଅଞ୍ଚଳରେ କୋଭିଡର ପୁନଃ ସଂକ୍ରମଣ ବୃଦ୍ଧି ହେଉଛି । ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥାନ, ପୂଜାପାଠ ସ୍ଥାନଗୁଡିକ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jan 8, 2022, 9:18 PM IST

ବ୍ରହ୍ମପୁର ସହର ସମେତ ଜିଲ୍ଲାର ସମସ୍ତ ଧାର୍ମିକ ପୀଠ ଫେବୃଆରୀ ପହିଲା ପର୍ଯ୍ୟନ୍ତ ବନ୍ଦ

ବ୍ରହ୍ମପୁର: ସହର ସମେତ ଜିଲ୍ଲାର ସମସ୍ତ ଧାର୍ମିକ ପୀଠ ଫେବ୍ରୁଆରୀ ପହିଲା ପର୍ଯ୍ୟନ୍ତ ରହିବ ବନ୍ଦ । ଦେଶ, ରାଜ୍ୟ ଏବଂ ଗଞ୍ଜାମର କିଛି ଅଞ୍ଚଳରେ କୋଭିଡର ପୁନଃ ସଂକ୍ରମଣ ବୃଦ୍ଧି ହେଉଛି । ଏଥିଯୋଗୁଁ ରାଜ୍ୟ କୋଭିଡ ମହାମାରୀ ଏକ ଜଟିଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ଜିଲ୍ଲାର କେତେକ ଅଞ୍ଚଳ ସଂକ୍ରମଣ ହାର ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ (ବିପର୍ଯ୍ୟୟ ପରିଚାଳନା) ଓଡିଶା ସରକାରଙ୍କ ନିର୍ଦ୍ଦେଶ ମୁତାବକ ୨୦୨୨ ମସିହା ଫେବୃଆରୀ ଏକ ତାରିଖର ପୂର୍ବାହ୍ନ ୫.୦୦ ଘଟିକା ପର୍ଯ୍ୟନ୍ତ ପ୍ରତିବନ୍ଧକ ସର୍ତ୍ତ ଧାର୍ଯ୍ୟ କରିଛନ୍ତି ଏବଂ ନିର୍ଦ୍ଦେଶ ଦେଇଛନ୍ତି ଯେ ମନ୍ଦିର, ଚର୍ଚ୍ଚ,ମସଜିଦ ଗୁଡିକ ଜନ ସାଧାରଣଙ୍କ ନିମନ୍ତେ ( ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ) ବନ୍ଦ ରହିବ । ଏହା ଚଳିତ ମାସ ୯ ତାରିଖ ଠାରୁ ଲାଗୁ ହେବ । ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକରେ ରୀତିନୀତି କାର୍ଯ୍ୟ ସମ୍ପାଦନ ନିମନ୍ତେ ସ୍ୱଳ୍ପ ସଂଖ୍ୟକ ପୁରୋହିତ ଏବଂ କର୍ମଚାରୀଙ୍କ ଦ୍ଵାରା କୋଭିଡ ନିୟମର ଅନୁପାଳନ କରିବା ସହ ଏହିପରି ଧାର୍ମିକ ସ୍ଥାନଗୁଡିକରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସ୍ଥାନୀୟ କର୍ତ୍ତୃପକ୍ଷ ଅର୍ଥାତ୍ ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ମ୍ୟୁନିସିପାଲିଟି କମିଶନର ଦ୍ଵାରା ଏହି ନିୟମର ଅନୁପାଳନ ଦିଗରେ ଦୃଷ୍ଟି ରଖାଯିବ । କୋଭିଡ ମହାମାରୀର ବିସ୍ତାରକୁ ରୋକିବା ନେଇ ଏହି ନିୟମ ଲାଗୁ କରାଯାଇଛି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ନିୟମ ଆସନ୍ତା ତା ୦୯.୦୧.୨୦୨୨ ରିଖ ଦିନ ପୂର୍ବାହ୍ନ ୦୫.୦୦ ଘଟିକା ଠାରୁ ଆସନ୍ତା ଫେବୃଆରୀ ୦୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥାନ, ପୂଜାପାଠ ସ୍ଥାନଗୁଡିକ ଯଥା ମାଆ ତାରାତାରିଣୀ, ମାଆ ବୁଢ଼ୀ ଠାକୁରାଣୀ, ବ୍ରହ୍ମପୁର , ମାଆ ସିଦ୍ଧ ଭୈରବୀଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଅବଶ୍ୟ, ଧାର୍ମିକ ରୀତିନୀତିକୁ ସର୍ବନିମ୍ନ ପୁରୋହିତ, ସେବାୟତ ଏବଂ କୋଭିଡ ସୁରକ୍ଷା ନୀତିନିୟମ ଗୁଡିକ ପାଳନ କରୁଥିବା କର୍ମଚାରୀଙ୍କ ସହିତ ଅନୁମତି ଦିଆଯାଇଛି । ଧାର୍ମିକ ମଣ୍ଡଳୀଗୁଡ଼ିକ କଠୋର ନିଷେଧ । ଏହି ଆଦେଶର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ । ସେହିପରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏ ନେଇ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.