ଗଞ୍ଜାମ: କବିସୂର୍ଯ୍ୟନଗର ଥାନା ଏ ବରିଡା ଗ୍ରାମରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ଗତ ରାତିରେ ଶହଶହ ମହିଳା ବାନ୍ଧିଲେ ମେଳି । ଗ୍ରାମରେ ଥିବା ବିଦେଶୀ ମଦ ଦୋକାନକୁ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଦେଲେ ।
ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ବହୁ ବର୍ଷ ଧରି ଚାଲିଥିଲା ଏହି ବିଦେଶୀ ମଦ ଦୋକାନ । ଗତ ରାତିରେ ଗ୍ରାମକୁ ଭଦ୍ରବ୍ୟକ୍ତି ଏହି ସମସ୍ୟାର ସମାଧାନ ପାଇଁ ଆସିଥିଲେ ।
ହେଲେ ସେମାନଙ୍କୁ ମଦ ପିଆଇ ମାଡ଼ ମାରିଥିଲେ ଲୋକେ । ଯାହାଫଳରେ ଉତ୍ତ୍ୟକ୍ତ ମହିଳାମାନେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଥିବା କହିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ