ETV Bharat / state

ଗର୍ଜିଲେ ହଜାର ହଜାର ପ୍ରାଥମିକ ଶିକ୍ଷକ, 3 ଦଫା ଦାବିରେ ଆନ୍ଦୋଳନ - ଠିକା ଶିକ୍ଷକ ସଂଘ ଆନ୍ଦୋଳନ

ଷଷ୍ଠ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ । ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକରେ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଆନ୍ଦୋଳନରେ ବସିଛନ୍ତି । ଅଧିକ ପଢନ୍ତୁ

ଷଷ୍ଠ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ
ଷଷ୍ଠ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ
author img

By ETV Bharat Odisha Team

Published : Sep 13, 2023, 10:47 PM IST

ଷଷ୍ଠ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ବିରୋଧରେ ତେଜୁଛି ସରକାରୀ କର୍ମଚାରୀଙ୍କ ସ୍ବର । ପ୍ରଥମେ ଅମଲା,ପରେ ପିଇଓ ଆଉ ଏବେ ପ୍ରାଥମିକ ସ୍କୁଲ୍‌ ଶିକ୍ଷକ କରିଛନ୍ତି ଆନ୍ଦୋଳନ । ରାଜ୍ୟ ସରକାରଙ୍କ ନୀତିକୁ ଟାର୍ଗେଟ କରିବା ସହ ଦାବି ପୂରଣ ନହେଲେ ଆଉ ସ୍କୁଲ ଫେରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ । ଶିକ୍ଷକଙ୍କ ସମସ୍ୟା ନଶୁଣିବାରୁ ଆଜି ରାଜ୍ୟରେ ୫୦ ହଜାର ସ୍କୁଲରେ ଶିକ୍ଷାଦାନ ବନ୍ଦ ରହିଛି । ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନହେବାରୁ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠରେ ବ୍ରେକ୍‌ ଲାଗିଛି ।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଡାକାରାରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକରେ ଶିକ୍ଷକମାନେ ତିନି ଦଫା ଦାବି ପୂରଣ ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଆନ୍ଦୋଳନରେ ବସିଛନ୍ତି । ଶିକ୍ଷକମାନେ ତାଲା ବନ୍ଦ ଆନ୍ଦୋଳନ କରି ସମୂହ ଛୁଟିରେ ଆସିବା ଫଳରେ ଶିକ୍ଷା ବ୍ୟବସ୍ଥାର ଠପ୍ ହୋଇଛି ।

ଏହା ମଧ୍ଯ ପଢନ୍ତୁ.. ହକ୍‌ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୩ଶହରୁ ଅଧିକ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ସାମୂହିକ ଛୁଟିରେ ରାଜ୍ୟର ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ରହିଛନ୍ତି । ତେବେ ଏହି ପ୍ରାଥମିକ ଶିକ୍ଷକ ସଂହାର ଦାବିଗୁଡିକ ହେଲା, ଠିକା ବ୍ୟବସ୍ଥା ଉଚ୍ଛେଦ କରିବା । କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ୩ ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲ୍‌ରେ ପାଠପଢ଼ା ଠପ ହୋଇଛି । ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି । ଯାହାକୁ ନେଇ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ।

ଏହା ମଧ୍ଯ ପଢନ୍ତୁ..ପ୍ରାଥମିକ ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରାଥମିକତା ନାହଁ: ବିଜେପି

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.