ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବିଞ୍ଜିଗିରି ଗାଁ ନିକଟ ଜଙ୍ଗଲରେ ଜଣେ ପ୍ରବାସୀ ଓଡିଆ ଦୁଇ ଦିନ ହେଲା ଜଙ୍ଗଲରେ ଥିବା ଜଣାପଡିଛି । ପ୍ରବାସୀ ଓଡିଆ ଯୁବକର ନାମ ହେଉଛି ବାରିକ ନାୟକ । ସେ ଚେନ୍ନାଇରେ ରହି ଶ୍ରମିକ ଭାବେ କାମ କରୁଥିଲେ ଏବଂ ଚେନାଇରୁ ଟ୍ରେନରେ ଆସି ଦୁ୍ଇଦିନ ତଳେ ବ୍ରହ୍ମପୁରରେ ପହଞ୍ଚିଥିଲେ ।
![Police rescued a migrant Oriya youth from the forest](https://etvbharatimages.akamaized.net/etvbharat/prod-images/7507380_thumb.png)
ସେଠାରୁ ସେ ବସ ଯୋଗେ ଭଞ୍ଜନଗରରେ ପହଞ୍ଚିଥିଲା ପରେ ସେଠାରେ ତାଙ୍କୁ କୌଣସି ସହାୟତା ମିଳିନଥିଲା । ନିରୁପାୟ ହୋଇ ସେ ଚାଲି ଚାଲି ନିଜ ଗାଁ ବିଞ୍ଜିଗିରିକୁ ଆସିଥିଲେ । କିନ୍ତୁ, ବାରିକ ନାୟକଙ୍କୁ ଲୋକେ ଗାଁ ଭିତରକୁ ପ୍ରବେଶ କରିବାକୁ ମନା କରିଥିଲେ ।
ଯାହାଫଳରେ ବାରିକ ନାୟକ ଜଙ୍ଗଲରେ ରହିବାକୁ ବାଧ୍ୟ ହୋଇଥିଲେ । ଏହାପରେ ସେଠାକାର ଅଙ୍ଗନବାଡି ଦିଦି ପହଞ୍ଚି, ଏକ ଅଟୋ ଯୋଗେ ତାଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ କହିଥିଲେ।କିନ୍ତୁ, ଯୁବକ ଜଣଙ୍କ ସଂଗରୋଧ କେନ୍ଦ୍ରକୁ ଯିବାକୁ ମନା କରିଦେଇଥିଲେ ।
ଖବର ପାଇ ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ଓ ବ୍ଲକ କର୍ମଚାରୀ ପହଞ୍ଚି ପ୍ରବାସୀ ଫେରନ୍ତା ଯୁବକକୁ ଉଦ୍ଧାର କରି ନିକଟସ୍ଥ ସଙ୍ଗରୋଧ କେନ୍ଦ୍ରକୁ ପଠାଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ