ETV Bharat / state

ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

author img

By

Published : Oct 20, 2020, 8:06 AM IST

ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳରେ ଦଶହରା ନାମରେ ବଟି ଆଦାୟ ନହୁଏ ସେଥିପ୍ରତି ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇ ଫ୍ଲାଗମାର୍ଚ୍ଚ କରାଯାଉଛି ।

ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପୋଲିସର  ଫ୍ଲାଗମାର୍ଚ୍ଚ

ବ୍ରହ୍ମପୁର: ଆଗାମୀ ଦଶହରା ପୂର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଜାରି ରହିଛି ଫ୍ଲାଗମାର୍ଚ୍ଚ। ସହରରେ ପାର୍ବଣ ଅବସରରେ ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି । ଏଥିସହ ଏହି ସମୟରେ ଯେପରି ଦଶହରା ନାମରେ ବଟି ଆଦାୟ ନହୁଏ ସେଥିପ୍ରତି ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇ ଫ୍ଲାଗମାର୍ଚ୍ଚ କରାଯାଉଛି ।

ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ବ୍ରହ୍ମପୁର ସହରରେ ପୋଲିସର ଫ୍ଲାଗମାର୍ଚ୍ଚ

ପୂର୍ବରୁ ଏନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାର ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ବ୍ରହ୍ମପୁର ଏସପି କିଭଳି ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଏକ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସହରର ସମସ୍ତ ଥାନା ଅଞ୍ଚଳରେ ଗତ 2ଦିନ ମଧ୍ୟରେ କ୍ରମାଗତ ଭାବରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସହରର ବିଭିନ୍ନ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ସାହିରେ ପରିକ୍ରମା କରୁଥିବା ଦେଖାଯାଇଛି । ସେପଟେ ପୋଲିସ ଓ ପ୍ରଶାସନ ପକ୍ଷରୁ ସହରରେ ସାର୍ବଜନୀନ ପୂଜା ପାଇଁ ବାରଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.