ETV Bharat / state

ଫେରାର ଅପରାଧିଙ୍କ ଉପରେ ଆକ୍ସନ, ସମ୍ପତ୍ତି ବାଜ୍ୟାପ୍ତି କଲା ବ୍ରହ୍ମପୁର ପୋଲିସ - ତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅପରାଧି

ଅପରାଧିକ ଘଟଣାରେ ଫେରାର ଥିବା ଅପରାଧିଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ବ୍ରହ୍ମପୁର ପୋଲିସ। ଅଧିକ ପଢନ୍ତୁ

police confiscation of property of escape criminal

author img

By

Published : May 20, 2023, 1:49 PM IST

police confiscation of property of escape criminal

ବ୍ରହ୍ମପୁର: ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅପରାଧିଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ବ୍ରହ୍ମପୁର ପୋଲିସ । ଗୋଷାଣିନୂଆଗାଁ ଥାନା ଅଞ୍ଚଳର ଶଙ୍କର ବେହେରାଙ୍କ ନାମରେ କୋର୍ଟରେ ଅପରାଧିକ ମାମଲା ରହିଥିବା ବେଳେ ସେ ଦୀର୍ଘ ବର୍ଷ ଧରି ଫେରାର ରହିଛି । ପୋଲିସ ନିକଟରେ ହାଜର ନହେବାରୁ ଗଞ୍ଜାମ ଜିଲ୍ଲା ଜର୍ଜ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ନେହୁରୁ ନଗର ଚତୁର୍ଥ ଲାଇନରେ ଥିବା ଶଙ୍କର ବେହେରା ଘରୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

ଏହା ମଧ୍ୟ ପଢନ୍ତୁ-ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ, ଲଣ୍ଠନ ଧରି ପ୍ରତିବାଦ କଲା ବିଜେପି

ରାଜୁ ବେହେରାଙ୍କ ପୁଅ ଶଙ୍କର ବେହେରାଙ୍କ ନାମରେ ଗତ 2009ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ କୋର୍ଟରେ ହାଜର ହେବାକୁ ଅପରାଧି ଜଣଙ୍କୁ ୱାରେଣ୍ଟ ଜାରି ହୋଇଥିବା ସତ୍ତ୍ୱେ ସେ ଦୀର୍ଘ ଦିନ ଧରି କୋର୍ଟରେ ହାଜର ହୋଇନଥିଲେ । ଫଳରେ ଗଞ୍ଜାମ ଜିଲ୍ଲା ଜର୍ଜ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ଶଙ୍କର ବେହେରାଙ୍କ ଘରୁ ସମସ୍ତ ଆସବାପତ୍ରକୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଜବତ କରିଥିଲା ପୋଲିସ । କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏପରି ପଦକ୍ଷେପ ନିଆଯାଇଥିବା ବେଳେ ଏହା ପରେ ମଧ୍ୟ ଯଦି ଅପରାଧି ଜଣଙ୍କ କୋର୍ଟରେ ହାଜର ନହୁଅନ୍ତି ତେବେ ଆଗାମୀ ଦିନରେ କୋର୍ଟ ପକ୍ଷରୁ ଯାହା ନିର୍ଦ୍ଦେଶ ଦିଆଯିବ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁରର ଏସଡିପିଓ ରାଜିବ ଲୋଚନ ପଣ୍ଡା ।

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ୱରରେ ଅପରାଧ ଓ ଆଇନ ଶୃଙ୍ଖଳା ଚିନ୍ତା, ଆରମ୍ଭ ହେବ ଡ୍ରୋନ ପାଟ୍ରୋଲିଂ

ବ୍ରହ୍ମପୁରର ଏସଡିପିଓ କହିଛନ୍ତି, ''2009ରୁ ଏକ ଅପରାଧିକ ମାମଲାରେ ଶଙ୍କର ବେହେରାଙ୍କୁ କୋର୍ଟରେ ହାଜର ହେବାକୁ ଓ୍ବାରେଣ୍ଟ ଜାରି କରାଯାଇଥିଲା । କିନ୍ତୁ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଦୀର୍ଘ ବର୍ଷ ହେଲା ଫେରାର ରହିଛି । ଜିଲ୍ଲା ଜର୍ଜ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶଙ୍କର ବେହେରାର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି । ''

ଗତ 15 ତାରିଖରେ ଏକ ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଥିଲା । ଏକ ବଡ ଧରଣର ଚୋରି ଡକାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ । ମୋଟ 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ଚୋରି, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଗୋଟିଏ ମାଉଜର ସମେତ ଗୋଟିଏ ଖେଳନା ବନ୍ଧୁକ, ପାଞ୍ଚଟି ଚୋରି ମୋଟର ସାଇକେଲ ଜବତ କରିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.