ETV Bharat / state

ଅଜବ ଘଟଣା: ବିଦ୍ୟାଳୟ ଭିତରେ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ମଳ ! - ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ମଳ

ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ମଳ ପଡ଼ୁଥିବା ଦେଖାଯାଇଛି । କେଉଁଭଳି ଭାବରେ ସେମାନଙ୍କ ଉପରେ ଏହି ମଳ ପଡ଼ୁଛି ତାହା ସ୍ପଷ୍ଟ ହୋଇପାରୁନି । ଅଧିକ ପଢ଼ନ୍ତୁ

parents are in tension after unnatural activities in Tudukpalli govt school in Ganjam
ଅଜବ ଘଟଣା: ବିଦ୍ୟାଳୟ ଭିତରେ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ମଳ
author img

By

Published : Dec 9, 2022, 10:30 PM IST

ଗଞ୍ଜାମ: ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତରେ ଶୁକ୍ରବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବିପୁଳିଙ୍ଗି ପଞ୍ଚାୟତରେ ଥିବା ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ମଳ ପଡ଼ୁଥିବା ଦେଖାଯାଇଛି । କେଉଁଭଳି ଭାବରେ ସେମାନଙ୍କ ଉପରେ ଏହି ମଳ ପଡ଼ୁଛି ତାହା ସ୍ପଷ୍ଟ ହୋଇପାରୁନି ।

ଅଜବ ଘଟଣା: ବିଦ୍ୟାଳୟ ଭିତରେ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ମଳ

ବିଦ୍ୟାଳୟ ଉପରେ ଗୁଣିଗାରେଡି କରାଯାଇଥିବା ସନ୍ଦେହରେ ଚିନ୍ତାରେ ପଡ଼ି ଯାଇଛନ୍ତି ଅବିଭାବକ । ଶୁକ୍ରବାର ଦିନ ତମାମ ବିଦ୍ୟାଳୟ ଭିତରେ ପିଲା ପରିଧାନ କରିଥିବା ସାର୍ଟ ଓ ପ୍ୟାଣ୍ଟରେ ଅଚାନକ ମଳ ଲାଗିଥିବା ଦେଖାଯାଇଥିଲା । ଖାଲି ପୋଷାକ ନୁହେଁ, ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଧ୍ୟ ମଳ ପଡିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା ।

ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ସ୍କୁଲ୍‌ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ଉପରେ ଗୁଣିଗାରେଡିର ପ୍ରଭାବ ରହୁଥିବା ନେଇ ସନ୍ଦେହ କରିଛନ୍ତି ଗ୍ରାମବାସୀ । ସେପଟେ ଅଭିଯୋଗ ପରେ ଏହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.