ବ୍ରହ୍ମପୁର: ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର କାର୍ଯ୍ୟରତ ପିଇଓ ମନୋଜ କୁମାର ସାହୁ । ଅସ୍ଥାୟୀ ଚପରାସୀଙ୍କ ଠାରୁ ନେଉଥିଲେ ଲାଞ୍ଚ ।
ସୂଚନା ଅନୁସାରେ ଗ୍ରାମପଞ୍ଚାୟତରେ ଅସ୍ଥାୟୀ ଚପରାସୀ ଭାବରେ କାର୍ଯ୍ୟରତ ପାଣୁ ଚରଣ ସେଠୀଙ୍କ ବର୍ଦ୍ଧିତ ଦରମା ପ୍ରଦାନ କରିବା ନେଇ ବୈଠକରେ ପ୍ରସ୍ତାବ ପ୍ରଦାନ କରିବା ପାଇଁ ପିଇଓ ଏହି ଲାଞ୍ଚ ଟଙ୍କା ନେଉଥିଲେ । ଏହି ସମୟରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଅଭିଯୁକ୍ତକୁ ସରକାରୀ କାର୍ଯ୍ୟାଳୟ ପରିସରରୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ