ETV Bharat / state

ବାହାରେ ମଳତ୍ୟାଗ କରିବା ପଡିଲା ମହଙ୍ଗା, ୨୪ଟି ପରିବାରକୁ ରାସନ ବନ୍ଦ କଲେ ସରପଞ୍ଚ - ପାଇଖାନା ଥାଇ ବାହାରେ ମଳତ୍ୟାଗ କରୁଥିବା ଅଭିଯୋଗ

ପାଇଖାନା ଥାଇ ବାହାରେ ମଳତ୍ୟାଗ କରୁଥିବା ଅଭିଯୋଗରେ ୨୪ଟି ପରିବାରକୁ ରାସନ କାର୍ଡରେ ଯୋଗାଣ ସାମଗ୍ରୀକୁ ବନ୍ଦ କରିଦେଇଛନ୍ତି ସରପଞ୍ଚ । ଏଭଳି ପଦକ୍ଷେପ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ପଞ୍ଚାୟତରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 2, 2019, 4:46 AM IST

Updated : Nov 2, 2019, 9:05 AM IST

ବ୍ରହ୍ମପୁର: ପଞ୍ଚାୟତର ନିର୍ଦ୍ଦେଶକୁ ଉଲଙ୍ଘନ କରି ବାହାରେ ମଳତ୍ୟାଗ କରିବା ଶେଷରେ ପଡିଛି ମହଙ୍ଗା । ନିଜର ପାଇଖାନା ଥାଇ ବାହାରେ ମଳତ୍ୟାଗ କରୁଥିବା ଅଭିଯୋଗରେ ୨୪ଟି ପରିବାରକୁ ରାସନ କାର୍ଡରେ ଯୋଗାଣ ସାମଗ୍ରୀକୁ ବନ୍ଦ କରିଦେଇଛନ୍ତି ସରପଞ୍ଚ । ଏଭଳି ପଦକ୍ଷେପ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ପଞ୍ଚାୟତରେ । ବାହାରେ ମଳତ୍ୟାଗକୁ ବିରୋଧ କରି ପଞ୍ଚାୟତର ମହିଳା ସ୍ବୟଂସହାୟକ ଗୋଷ୍ଠୀର ତିନି ଶହରୁ ଊର୍ଦ୍ଧ୍ବ ସଦସ୍ୟ ମିଳିତ ଭାବରେ ଉଦ୍ୟମ ଜାରି ରଖିଛନ୍ତି । ସେମାନେ ଲୋକଙ୍କୁ ବାହାରେ ସକାଳ ଓ ସଂଧ୍ୟାରେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ବାହ୍ୟମଳ ତ୍ୟାଗକୁ ରୋକୁଛନ୍ତି । ରାସନକାର୍ଡକୁ ବନ୍ଦ କରାଯିବାର ଗତ ୧୨ ଦିନ ମଧ୍ୟରେ ଲୋକଙ୍କ ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ନିୟମିତ ଭାବରେ ଶହ ଶହ ମହିଳା ମାନେ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡରେ ସକାଳ ଓ ସନ୍ଧ୍ୟା ସମୟରେ ଜଗି ରହୁଛନ୍ତି । ଏଥିସହ ଅଞ୍ଚଳବାସୀ ଯେପରି କେହି ମଳତ୍ୟାଗ ନ କରିବେ, ସେଥିପାଇଁ ରାସ୍ତାକଡରେ ତୁଳସୀ, ବେଲ, ଗୋଲାପ ଆଦି ଗଛ ଲଗାଇ ଏହାର ଯତ୍ନ ନେଉଥିବା ଦେଖାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ବାହ୍ୟମଳମୁକ୍ତ କରିବା ପାଇଁ ପଞ୍ଚାୟତକୁ ପଞ୍ଚାୟତ ପରିକ୍ରମା କରି ଜିଲ୍ଲାପାଳ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଚେତନ କରାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:()-ପଞ୍ଚାୟତର ନିର୍ଦ୍ଧେଶ କୁ ଉଲ୍ଲଘ୍ନଂନ କରି ବାହାରେ ମଳତ୍ୟାଗ କରିବା ଶେଷରେ ପଡିଛି ମହଙ୍ଗା । ନିଜର ପାଇଖାନା ଥାଇ ବାହାରେ ମଳତ୍ୟାଗ କରୁଥିବା ଅଭିଯୋଗରେ ୨୪ଟି ପରିବାରକୁ ସରପଞ୍ଚ ରାସନ କାର୍ଡରେ ଯୋଗାଣ ହେଉଥିବା ସାମଗ୍ରୀକୁ ବନ୍ଦ କରିଦେଇଛନ୍ତି ।ଏଭଳି ପଦକ୍ଷେପ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ପଞ୍ଚାୟତରେ । ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟ ନକରିବା ପାଇଁ ଖୋଦ୍ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ତିନି ଶହ ରୁ ଉର୍ଦ୍ଧ ସଦସ୍ୟ ମିଳିତ ଭାବରେ ସମ୍ପୂର୍ଣ୍ଣ ବାହ୍ୟମଳମୁକ୍ତ ପଞ୍ଚାୟତ ଗଠନ ପାଇଁ ନେଇଛନ୍ତି ଏଭଳି ନିଆରା ପଦକ୍ଷେପ । ରାସନକାର୍ଡ କୁ ବନ୍ଦ କରାଯିବା ପରେ ଏହି ପଞ୍ଚାୟତରେ ଗତ ୧୨ ଦିନ ମଧ୍ୟରେ ଅନେକ ପ୍ରଭାବ ପଡିଥିବା ବେଳେ ନିୟମକୁ ଉଲ୍ଲଘ୍ନଂନ କରିଥିବା ଗ୍ରାମବାସୀ ନିଜର ଭୁଲକୁ ସ୍ୱୀକାର କରିଛନ୍ତି ।
ବାଇଟ୍-ସହଦେବ ଲେଙ୍କା (ଗୌତମୀ ଗ୍ରାମବାସୀ)
ବାଇଟ୍-ସୁଶାନ୍ତ ସ୍ୱାଇଁ(ସରପଞ୍ଚ- ଗୌତମୀ ପଞ୍ଚାୟତ)
()-କେବଳ ରାସନ କାର୍ଡରେ ବନ୍ଦ କରାଯାଇନାହିଁ ନିୟମିତ ଭାବରେ ଶହ ଶହ ମହିଳା ମାନେ ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରମୁଖ ମୁଖ୍ୟ ରାସ୍ତା କଡରେ ସକାଳ ଓ ସନ୍ଧ୍ୟା ସମୟରେ ଜଗି ରହୁଛନ୍ତି । ଏଥିସହ ଅଞ୍ଚଳବାସୀ ଯେପରି ମଳତ୍ୟାଗ କେହି ନକରିବେ ସେନେଇ ମୁଖ୍ୟ ରାସ୍ତାରେ ତୁଳସୀ ଗଛ, ବେଲ ଗଛ, ଗୋଲାପ ଗଛ ଆଦି ଲଗାଇ ଏହାର ଯତ୍ନ ନେଉଥିବା ଦେଖାଯାଇଛି ।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ବାହ୍ୟମଳମୁକ୍ତ କରିବା ପାଇଁ ଇତି ମଧ୍ୟରେ ପଞ୍ଚାୟତକୁ ପଞ୍ଚାୟତ ପରିକ୍ରମା କରି ଜିଲ୍ଲାପାଳ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗୋଲାପ ଫୁଲ ବଣ୍ଟନ କରିବା ଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଇଥିଲେ । ତେବେ ଗୌତମୀ ପଞ୍ଚାୟତର ମହିଳାମାନଙ୍କ ଏଭଳି ନିଆରା ପଦକ୍ଷେପ ନେବା ପାଇଁ ସ୍ଥିର କରିଥିବା ବେଳେ ଆବଶ୍ୟକ ପଡିଲେ ଆହୁରୀ ଅନେକ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ବାଇଟ୍-ରଶ୍ମିତା ଷଡଙ୍ଗୀ(ସଭାପତି,ମହିଳା ସଂଙ୍ଘ)
ବାଇଟ୍-ବିଷ୍ଣୁ ଡାକୁଆ(କର୍ମକର୍ତ୍ତା, ମହିଳା ସଂଙ୍ଘ)
ରିପୋର୍ଟର ପି.ଟୁ.ସି(ସମୀର ଆଚାର୍ଯ୍ୟ)

Conclusion:
Last Updated : Nov 2, 2019, 9:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.