ଗଞ୍ଜାମ: ଜିଲ୍ଲା ଗାଙ୍ଗପୁର ଥାନା ତଥା ଧରାକୋଟ ବ୍ଳକ ପଣିବନ୍ଧ ଗାଁରେ ଫୁଟିଲା ବୋମା । ଏହି ବୋମାମାଡରେ ସେହି ଗାଁର ଟୁକୁନା ସ୍ଵାଇଁ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଆସିକା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
କିଏ ଓ କାହିଁକି ବୋମାମାଡ କରିଛି ଅସଲ କାରଣ ଜଣାପଡିନାହିଁ । ଏନଆରଜିଏସ କାର୍ଯ୍ୟକୁ ନେଇ ବୋମାମାଡ ହୋଇଥିବା ଅନୁମାନ କରାଯାଉଛି । ଆହତ ଟୁକୁନା ସାହୁଁଙ୍କୁ ବ୍ୟକ୍ତିଗତ କାରଣ ନେଇ ଆକ୍ରମଣ କରିଥାଇ ପାରେ ବୋଲି ପ୍ରଶ୍ନ ଉଠିଛି । ଗାଙ୍ଗାପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ