ETV Bharat / state

ବଜ୍ରପାତରେ ଜଣେ ମୃତ, 2 ଗୁରୁତର - 2 injured by lightning in bhanjanagar

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡ଼ା ଡିହ ସାହି ଏବଂ ରୁମାଗଡ ଗ୍ରାମରେ ବଜ୍ରପାତ । ବଜ୍ରପାତରେ ଜଣଙ୍କର ପ୍ରାଣ ଯାଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି ।

ବଜ୍ରାଘାତରେ ଜଣେ ମୃତ, 2 ଗୁରୁତର
ବଜ୍ରାଘାତରେ ଜଣେ ମୃତ, 2 ଗୁରୁତର
author img

By

Published : Jun 9, 2020, 10:42 PM IST

ଭଞ୍ଜନଗର: ବଜ୍ରପାତରେ ଜଣେ ଯୁବକ ମୃତ ଏବଂ ଅନ୍ୟଜଣେ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡ଼ା ଡିହ ସାହିର ଦୁଇ ଜଣ ଛେଳି ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ୪ଟା ବେଳେ ଅଚାନକ ବଜ୍ରପାତ ହେଲା । ବଜ୍ରପାତରେ ଗ୍ରାମର ଦୀପକ ଗୌଡ଼ର ମୃତ୍ୟୁ ଘଟିଥିବା ବେଳେ କୈଳାଶ ଗୌଡ଼ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଗାଁରେ ବଜ୍ରପାତ ହେବା ଖବର ପାଇ ଗ୍ରାମବାସୀ ଉଭୟଙ୍କୁ ପାଣ୍ଡିରିପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ୧୦୮ ଦ୍ବାରା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ଦୀପକ ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ । କୈଳାଶ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବଜ୍ରାଘାତରେ ଜଣେ ମୃତ, 2 ଗୁରୁତର
ବଜ୍ରାଘାତରେ ଜଣେ ମୃତ, 2 ଗୁରୁତର

ସେହିପରି ରୁମାଗଡ ଗ୍ରାମର ବାସନ୍ତୀ ନାୟକ ଦାଣ୍ଡ ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ଦ୍ବାରା ଆହତ ହୋଇଥିଲେ । ସେଠାରୁ ତାଙ୍କୁ ଅଟୋ ଯୋଗେ ପୋଲସରାକୁ ନିଆଗଲା । ବର୍ତ୍ତମାନ ସେ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବଜ୍ରାଘାତରେ ଜଣେ ମୃତ, 2 ଗୁରୁତର
ବଜ୍ରାଘାତରେ ଜଣେ ମୃତ, 2 ଗୁରୁତର

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.