ETV Bharat / state

ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା, ମୃତକ ସୁରତ ଫେରନ୍ତା

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ଜଣେ ସୁରତ ଫେରନ୍ତାଙ୍କ କୋରୋନାରେ ମୃତ୍ୟ । ଅଧିକ ପଢନ୍ତୁ....

ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା , ମୃତକ ୪୨ ବର୍ଷୀୟ ସୁରତ ଫେରନ୍ତା
ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା , ମୃତକ ୪୨ ବର୍ଷୀୟ ସୁରତ ଫେରନ୍ତାରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା , ମୃତକ ୪୨ ବର୍ଷୀୟ ସୁରତ ଫେରନ୍ତା
author img

By

Published : Apr 4, 2021, 8:57 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ଜଣେ ସୁରତ ଫେରନ୍ତାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତ ଯୁବକ ଜଣକ ହେଲେ ୪୨ ବର୍ଷୀୟ ପ୍ରମୋଦ କୁମାର ପ୍ରଧାନ । ପ୍ରମୋଦ କିଛି ଦିନ ତଳେ ଗାଁକୁ ଆସିଥିବାବେଳେ ହଠାତ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା , ମୃତକ ୪୨ ବର୍ଷୀୟ ସୁରତ ଫେରନ୍ତା

ମିଳିଥିବା ସୂଚନା ଅନୁସାରେ ପ୍ରମୋଦ ସୁରତ ଓ ଅହମଦାବାଦରେ ଆୟୁର୍ବେଦିକ ଔଷଧ ବିକ୍ରି କରୁଥିବାବେଳେ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ପ୍ରାୟ ୧୫ ଦିନ ତଳେ ପରିବାର ସହ କରଚୁଲି ଆସିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ୭ ଦିନ ତଳେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଭୁବନେଶ୍ୱରରେ ୭ ଦିନିଆ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି l

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.