ଗଞ୍ଜାମ: ଜିଲ୍ଲାର ଭଞ୍ଜନଗର ଥାନା କୋଦଣ୍ଡା ଛକରେ ଥିବା ଜଳଖିଆ ଦୋକାନ ଉପରେ ବୋମା ମାଡ । ଏହି ବୋମାମାଡରେ ଦୋକାନର ଦୁଇ କର୍ମଚାରି ଆହତ ହୋଇଛନ୍ତି । ତାଙ୍କୁ ଆହାତ ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ସମୟ ପ୍ରାୟ 10 ଟା ସମୟରେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଳଖିଆ ଦୋକାନ ଉପରକୁ ବୋମା ଫିଙ୍ଗି ଚାଲି ଯାଇଥିଲେ । ଏଥିରେ ଉକ୍ତ ଦୋକାନର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ଏକ ବାଇକ ଯୋଗେ ମେଡିକାଲକୁ ନିଆଯାଇଥିଲା ।
ଏନେଇ ଦୋକାନ ମାଲିକ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥାଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ