ଗଞ୍ଜାମ: ବୃଦ୍ଧାଶ୍ରମକୁ ଗଲେ 65 ବର୍ଷୀୟା ବୃଦ୍ଧା । ବୁଧବାର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ତ୍ବତାବଧାନରେ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚଢ଼େଇପାଲୀ ପଞ୍ଚାୟତ ଯାତରା ଗ୍ରାମର ମାଲି ପ୍ରଧାନ(65)ଙ୍କୁ ବୃଦ୍ଧାଶ୍ରମକୁ ପଠାଇଛନ୍ତି ।

ସ୍ୱାମୀ ବାଉରୀ ପ୍ରଧାନଙ୍କ ମୃତ୍ୟୁ ପରେ ମାଲି ପ୍ରଧାନ(65) ନିଜର ବିବାହିତା ଝିଅ ବୁଗୁଡ଼ା ବ୍ଲକ ତାଂବିରି ଗାଁରେ ରହୁଥିଲେ । ଝିଅ ସମସ୍ତ ଧନ ସମ୍ପତ୍ତି ନେଇ ମା'ର ଦେଖାଶୁଣା କରିନଥିଲା । ନିଜର ବୋଲି କହିଲେ ମାଲି ପ୍ରଧାନଙ୍କର ଗୋଟେ ଝିଅ ଏଵଂ ଗୋଟେ ପୁଅ । ପୁଅ ମାନସିକ ବିକୃତ ।

କିନ୍ତୁ ମାଲି ଜଗନ୍ନାଥପ୍ରସାଦ ବ୍ଲକ ଯାତରା ଠାରେ ପୁତୁରା ପାଖରେ ରହି ଆସୁଥିଲେ । ପୁତୁରା ପାଖରେ ରହି ବଡ ଦୁଃଖ କଷ୍ଟରେ ନିଜର ଜୀବନ ଅତିବାହିତ କରୁଥିଲେ । ଯତ୍ନ ନେବାକୁ କେହି ନଥିଲେ । ଶେଷରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ତ୍ବତାବଧାନରେ ତାଙ୍କୁ ଗଞ୍ଜାମସ୍ଥିତ ବୃଦ୍ଧାଶ୍ରମକୁ ସ୍ଥାନାନ୍ତରିତ କରାଯାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ