ETV Bharat / state

ପୂରଣ ହେବ ଦୀର୍ଘ ଦିନର ଦାବି, ଏମକେସିଜିରେ ଖୋଲିବ ବର୍ଣ୍ଣ କେୟାର ୟୁନିଟ୍‌ - ପୂରଣ ହେବ ଦୀର୍ଘ ଦିନର ଦାବି

ଏମ୍‌କେସିଜିରେ ବର୍ଣ୍ଣ କେୟାର ୟୁନିଟ୍‌ କୋଠା ନିର୍ମାଣ ପାଇଁ ମିଳିଲା ସରକାରଙ୍କ ଅନୁମତି । ଏପରି ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବ୍ରହ୍ମପୁରର ବିଧାୟକ । ଅଧିକ ପଢନ୍ତୁ

Burn Care Unit At MKCG Hospital
Burn Care Unit At MKCG Hospital
author img

By ETV Bharat Odisha Team

Published : Oct 10, 2023, 7:57 AM IST

Burn Care Unit At MKCG Hospital

ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ଏମ୍‌କେସିଜିରେ ବର୍ଣ୍ଣ କେୟାର ୟୁନିଟ୍‌ କୋଠା ନିର୍ମାଣ ପାଇଁ ମିଳିଲା ସରକାରଙ୍କ ଅନୁମତି । ଏହାକୁ ନେଇ ଆଗାମୀ ଦିନରେ ଏହି ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା । ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ, ଅନେକ ସଙ୍ଗଠନ ଏହି ଦାବିକୁ ବିଭିନ୍ନ ଫୋରମରେ ଉପସ୍ଥାପନ କରିବା ସହିତ ଅନେକ ସମୟରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଜଣାଉଥିଲେ । ଯାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ।

ଏମକେସିଜି ମେଡିକାଲ ଉପରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକେ ନିର୍ଭର କରୁଛନ୍ତି । ହେଲେ ଏଠାରେ ସ୍ୱତନ୍ତ୍ର ଭାବରେ ବର୍ଣ୍ଣ କେୟାର ୟୁନିଟ୍ ନଥିବା ଯୋଗୁଁ ରୋଗୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଅନୁମତି ଅନୁଯାୟୀ ଏମକେସିଜି ମେଡିକାଲ ପରିସରରେ ରହିଥିବା ହାଉସ ସର୍ଜନ ଛାତ୍ରାବାସ ସ୍ଥାନରେ ହିଁ ଏହି ୟୁନିଟର କୋଠା ନିର୍ମାଣ କରାଯିବାକୁ ବିସ୍ତୃତ ଆଲୋଚନା ହୋଇଛି । ବର୍ଣ୍ଣ ୟୁନିଟ୍ ଖୋଲିବା ନିମନ୍ତେ ସର୍ଜରୀ ବିଭାଗର ଜଣେ ଆସୋସିଏଟ ପ୍ରଫେସର ସମେତ ୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବେ ।

ଏହା ମଧ୍ୟ ପଢନ୍ତୁ - MKCG ସମସ୍ୟା ନେଇ ଅନଶନରେ ଯୁବ ସମାଜସେବୀ , ସାମିଲ ହେଲେ ବହୁ ଆଇନଜୀବୀ

ଏହା ମଧ୍ୟ ପଢନ୍ତୁ - MKCG ସ୍ବାସ୍ଥ୍ୟ ବିକାଶ ସମିତି ବୈଠକ , ଆମ୍ବୁଲାନ୍ସ ପାଇଁ ଦ୍ବିତୀୟ ଫାଟକ ଖୋଲିବାକୁ ନିଷ୍ପତ୍ତି

ଏଥିସହ ୪ ଜଣ ଲେଖାଏଁ ସିନିୟର ରେସିଡେଣ୍ଟ ଓ ଜୁନିୟର ରେସିଡେଣ୍ଟ ମିଶାଇ ମୋଟ ୧୭ ଜଣ ଡାକ୍ତର ରହିବା ନେଇ ଏମକେସିଜି ପକ୍ଷରୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଯାହାକି ମେଡିକାଲର ରହିଥିବା ବର୍ତ୍ତମାନର ଡାକ୍ତରଙ୍କ ମିଶାଇ ୧୪ଟି ନୂତନ ଡାକ୍ତରୀ ପଦବୀ ସୃଷ୍ଟି କରିବାକୁ କୁହାଯାଇଛି । ସେପଟେ ସରକାରଙ୍କ ଏପରି ପଦକ୍ଷେପ ପରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.