ETV Bharat / state

ସର୍ବସାଧାରଣଙ୍କ ନିମନ୍ତେ ଖୋଲିଲା ରାଜ୍ୟର ପ୍ରଥମ ରକ ଗାର୍ଡେନ, ମନୋରଞ୍ଜନ ପାଇଁ ରହିଛି ଭଳିକି ଭଳି ବ୍ୟବସ୍ଥା

author img

By ETV Bharat Odisha Team

Published : Oct 15, 2023, 3:20 PM IST

ବ୍ରହ୍ମପୁରରେ ଖୋଲିଲା ରାଜ୍ୟର ପ୍ରଥମ ରକ ଗାର୍ଡେନ । ଗାର୍ଡେନ ମଧ୍ୟରେ ୱାର୍ଡର ଫାଉଣ୍ଟେନ୍ ଠାରୁ ଆରମ୍ଭ କରି ପାଦ ଚଲା ରାସ୍ତା, ସାଇକେଲ ଟ୍ରାକ୍, ପ୍ଲାନେଟୋରିୟମ, ମ୍ୟାଜିକ ମିରର ସହିତ ଫୁଡ କୋର୍ଟ ଭଳି ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଲୋକମାନେ ବେଶ ଉପଭୋଗ କରିପାରିବେ । ଆଗକୁ ପଢନ୍ତୁ

Etv Bharat
Etv Bharat
ଖୋଲିଲା ରାଜ୍ୟର ପ୍ରଥମ ରକ ଗାର୍ଡେନ

ବ୍ରହ୍ମପୁର: ରାଜ୍ୟର ପ୍ରଥମ ରକ ଗାର୍ଡେନ ଗଞ୍ଜାମ ଜିଲ୍ଲାର ରେଶମ ସହର ବ୍ରହ୍ମପୁରରେ ଖୋଲା ଯାଇଛିି । ରବିବାର ଦିନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ପାର୍କ ଖୋଲାଯାଇଛି । ଆକର୍ଷଣୀୟ ୱାର୍ଡର ଫାଉଣ୍ଟେନ୍ ଠାରୁ ଆରମ୍ଭ କରି ପାଦ ଚଲା ରାସ୍ତା, ସାଇକେଲ ଟ୍ରାକ୍, ପ୍ଲାନେଟୋରିୟମ, ମ୍ୟାଜିକ ମିରର ସହିତ ଫୁଡ କୋର୍ଟ ଭଳି ଅନେକ ଆକର୍ଷଣୀୟ ବ୍ୟବସ୍ଥା ରହିଥିବା ବେଳେ ଲୋକମାନେ ଏହାକୁ ଉପଭୋଗ କରିପାରିବେ । ପାଖାପାଖି ୧୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ନିର୍ମିତ ହୋଇଥିବା ବେଳେ ଏହାକୁ ଖୋଲିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

ଏହାମଧ୍ୟ ପଢନ୍ତୁ..ପୂରଣ ହେବ ଦୀର୍ଘ ଦିନର ଦାବି, ଏମକେସିଜିରେ ଖୋଲିବ ବର୍ଣ୍ଣ କେୟାର ୟୁନିଟ୍‌

ସର୍ବସାଧାରଣଙ୍କ ମନୋରଞ୍ଜନ ଓ ଅବସର ବିନୋଦନ ପାଇଁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆମ୍ୱପୁଆ ଠାରେ ରାଜ୍ୟର ପ୍ରଥମ ରକ୍ ଗାର୍ଡନ ଖୋଲାଯାଇଛି । ଆଜି(ରବିବାର)ଠାରୁ ଏହି ଗାର୍ଡନରେ ଶିଶୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପଭୋଗ କରିପାରିବେ । ଗାର୍ଡେନର ପ୍ରବେଶ ପଥ ଠାରୁ ଆରମ୍ଭ କରି ପ୍ରସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରହିଛି ଆକର୍ଷଣୀୟ ଆଲୋକସଜ୍ଜା ସାଙ୍ଗକୁ ଭଳିକିଭଳି ୱାର୍ଡର ଫାଉଣ୍ଟେନ୍ । ଏଥିସହ ଗାର୍ଡେନ ମଧ୍ୟରେ ପାଦ ଚଲା ରାସ୍ତା, ବିଭିନ୍ନ ସେଲଫି ପଏଣ୍ଟ, ଭ୍ୟୁ ପଏଣ୍ଟ ଟାୱାର, ସାଇକେଲ ଟ୍ରକ୍, ପ୍ଲାନେଟୋରିୟମ, ମ୍ୟାଜିକ ମିରର ଓ ଫୁଡ୍ କୋର୍ଟ ରହିଛି । ଅନ୍ୟପଟେ ଯାନବାହାନ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାର୍କି ସ୍ଥାନ ମଧ୍ୟ ରହିଛି ।

ଏହାମଧ୍ୟ ପଢନ୍ତୁ..ପ୍ଲାଷ୍ଟିକ ବୋତଲରୁ 23 ଫୁଟର ଆକର୍ଷଣୀୟ ହାତୀ, କମାଲ କଲେ ITI ବିଦ୍ୟାର୍ଥୀ

ଅନ୍ୟପଟେ ରକ ଗାର୍ଡେନ ଖୋଲିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଖୁସିର ମାହୋଲ ଖେଳିଯାଇଛି । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଥିବାରୁ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ।

ଗାର୍ଡେନ ଖୋଲିବା ପୂର୍ବରୁ ବ୍ରହ୍ମପୁରର ସାଂସଦ, ବିଧାୟକ, ମେୟରଙ୍କ ସମେତ ସମସ୍ତ ନିର୍ବାଚିତ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଏହାର ଅନୁଧ୍ୟାନ କରିଥିଲେ । ତେବେ ବ୍ରହ୍ମପୁର ସହରରେ ଗତ ୨୦୧୫ ମସିହାରେ ବିଡିଏ ପକ୍ଷରୁ ଏହି ପ୍ରକଳ୍ପର ଘୋଷଣା କରାଯିବା ପରେ ୨୦୧୯ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୨୦୨୧ ମସିହା ସୁଦ୍ଧା ନିର୍ମାଣ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ମଧ୍ୟ ମନ୍ଥର ଗତିରେ ରକ ଗାର୍ଡେନ ପ୍ରକଳ୍ପ କାର୍ଯ୍ୟ ହେବା ଯୋଗୁ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ସମୟ ବିଳମ୍ୱ ହୋଇଥିଲା । ଗତ ମାର୍ଚ୍ଚ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତରେ ଆସିଥିବା ବେଳେ ଏହି ପ୍ରକଳ୍ପକୁ ଛତ୍ରପୁରରୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.