ETV Bharat / state

ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭ, ରେଶମ ସହରରୁ ମୟାନଗରୀ ଯାତ୍ର ନଥିଲା ସହଜ - ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭ ସାହୁ

ଜନ୍ମରୁ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଗରିବୀ ଦେଖିଥିଲେ ହେଲେ ହାରି ନଥିଲେ । ଜୀବନର ନାମ ସଘଂର୍ଷ ଓ ଏ ସଘଂର୍ଷକୁ ନେଇ ଯାତ୍ରା କରିବାକୁ ହୁଏ ବୋଲି ପ୍ରମାଣିତ କରିଛନ୍ତି ବ୍ରହ୍ମପୁରର ଦିବ୍ୟାଙ୍କ ନୃତ୍ୟଗୁରୁ ପଦ୍ମନାଭ ସାହୁ ( physically challenged Dance teache struggle story ) । ଖାଲି ବ୍ରହ୍ମପୁର ନୁହେଁ ସୂଦୁର ମୁମ୍ବାଇରେ ଚମକିଛନ୍ତି ପଦ୍ମନାଭ ସାହୁ । କେମିତି ଥିଲା ତାଙ୍କ ଯାତ୍ରା ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭ
ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭ
author img

By

Published : Dec 14, 2022, 5:32 PM IST

ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭ, ରେଶମ ସହରରୁ ମୟାନଗରୀ ଯାତ୍ର ନଥିଲା ସହଜ

ବ୍ରହ୍ମପୁର: ପଦ୍ମନାଭ ସାହୁ । ନାମଟି ବେଶ ଚର୍ଚ୍ଚାରେ । କାରଣ ତାଙ୍କ କାର୍ଯ୍ୟ ହିଁ ତାଙ୍କୁ ଏହି ନାମ ଦେଇଛି । ଅସମ୍ଭବକୁ ସମ୍ଭବ କରିଛନ୍ତି ପଦ୍ମନାଭ ସାହୁ । ଜନ୍ମରୁ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଗରିବୀ ଦେଖିଥିଲେ ହେଲେ ହାରି ନଥିଲେ । ଜୀବନର ନାମ ସଘଂର୍ଷ ଓ ଏ ସଘଂର୍ଷକୁ ନେଇ ଯାତ୍ରା କରିବାକୁ ହୁଏ ବୋଲି ପ୍ରମାଣ କରି ଦେଖାଇଛନ୍ତି ବ୍ରହ୍ମପୁରର ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭ ସାହୁ ( physically challenged Dance teache struggle story ) । ଖାଲି ବ୍ରହ୍ମପୁର ନୁହେଁ ସୂଦୁର ମୁମ୍ବାଇରେ ଚମକିଛନ୍ତି ପଦ୍ମନାଭ ସାହୁ । ଏ ଯାତ୍ରା ସହଜ ନଥିଲା ଘାତ ପ୍ରତିଘାତ ଦେଇ ସଫଳତା ହାସଲ କରିଥିଲେ ପଦ୍ମନାଭ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି । ଭିନ୍ନକ୍ଷମ ସତ୍ତ୍ବେ ଦୃଢ ଇଚ୍ଛାଶକ୍ତି ବଳରେ ଜଣେ ସଫଳ ନୃତ୍ୟୁଗୁରୁ ହୋଇପାରିଛନ୍ତି ପଦ୍ମନାଭ ।

ବ୍ରହ୍ମପୁର ସହରର କୁଠାରୀ ମନ୍ଦିର ସାହିର ପଦ୍ମନାଭ ସାହୁଙ୍କ ଜନ୍ମ । ମାତ୍ର ଦୁଇ ବର୍ଷ ବୟକେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କ ଦୁଇ ଗୋଡ଼ ଅକାମି ହୋଇଯାଇଥିଲା । ବହୁ କଷ୍ଟରେ ଚିକିତ୍ସା ପରେ ଡ଼ାହାଣ ଗୋଡ଼ଟି ସାମାନ୍ୟ ଭଲ ହେବାରୁ ଆଶାବାଡ଼ିକୁ ସାଥୀ କରି ଚାଲିବା ଆରମ୍ଭ କରିଥିଲେ । ପଦ୍ମନାଭଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସେତେଟା ସ୍ୱଚ୍ଛଳ ନଥିବାରୁ ସପ୍ତମ ପଢ଼ିବା ସମୟରେ ଫୁଟଫାଥରେ ଟୋପି, ରୁମାଲ ଚଷମା ବିକ୍ରି ଯାହା ରୋଜଗାର କରନ୍ତି ସେଥିରେ ନିଜର ଖର୍ଚ୍ଚ ସହ ପରିବାରକୁ ମଧ୍ୟ ସହାୟତା କରୁଥିଲେ । ଏହାପରେ ନବମ ଶ୍ରେଣୀରେ ପାଠପଢ଼ିବା ସମୟରେ ଅନେକ ଅସୁବିଧା ହେବାରୁ ପାଠ ଛାଡ଼ିଥିଲେ । ଏହାର ପୁଣି କିଛି ବର୍ଷ ପରେ ଦଶମ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ପିଲାଟି ଦିନୁ ନୃତ୍ୟକୁ କରିବା ନେଇ ଇଚ୍ଛା ଥିଲା । ଏହାକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥେଲେ । ଯାହାକୁ ନେଇ ୨୦୦୭ ମସିହାରେ ପ୍ରିନ୍ସ ଗୃପରେ ଯୋଗ ଦେଇଥିଲେ । ସେହି ସମୟରେ ଇଟିଭି ତେଲୁଗୁର ରିୟଲଟି ସୋ , ବୁଗିବୁଗି ଭଳି କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହେଇଥିଲେ । ପରେ ୨୦୦୯ରେ ପ୍ରିନ୍ସ ଡ଼୍ୟାନ୍ସ ଗୃପ ଇଣ୍ଡିଆ ଗଟ ଟ୍ୟାଲେଣ୍ଟ ସୋରେ ବିଜୟ ହୋଇ ପଦ୍ମନାଭ ଉକ୍ତ ଟିମରେ ରହି ଅନେକ ସୁନାମ ଆଣିଥିଲେ । ହେଲେ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ୨୦୧୨ରେ ବାଧ୍ୟ ହୋଇ ଅହମ୍ମଦାବାଦକୁ ଯାଇ ସେଠାକାର ସୁତାକଳରେ କାମ କରିଥିଲେ । ହେଲେ ତାହା ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା ।

ଯାହାକୁ ନେଇ ସେ ୨୦୧୫ ମସିହାରେ ଅହମଦାବାଦରେ ମାନବ ଡ଼୍ୟାନ୍ସ ଏକାଡ଼େମୀ ନାମରେ ଏକ ନୃତ୍ୟ ଶିକ୍ଷା କେନ୍ଦ୍ର ଆରମ୍ଭ କରିଥିଲେ । ହେଲେ ଇତିମଧ୍ୟରେ ବଲିଉଡ଼ ଅଭିନେତ୍ରୀ କାଜଲ ଦେବଗନଙ୍କ ଭିନ୍ନକ୍ଷମଙ୍କ ଉପରେ ଆଧାରିତ ରହିଥିବା ହିନ୍ଦି ଚଳଚ୍ଚିତ୍ର ପ୍ରମୋସନ ପାଇଁ ପଦ୍ମନାଭଙ୍କୁ କୁହାଯାଇଥିଲା । ଯାହାକୁ ନେଇ ବହୁ ଚର୍ଚ୍ଚିତ କମେଡ଼ି ନାଇଟ୍‌ ୱିଥ କପିଲ୍‌ ଶୋରେ ପଦ୍ମନାଭ ଓ ତାଙ୍କର ଟିମରେ ରହିଥିବା ୪ ଜଣ ଦୃଷ୍ଟିବାଧିତ ଏବଂ ଜଣେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କୁ ନେଇ ପରିବେଷିତ ନୃତ୍ୟ ସମସ୍ତଙ୍କ ମନ ଜିଣିଥିଲା । ସେଠାରେ ଉପସ୍ଥିତ ରହିଥିବା ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲା । ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ।

ପାଠ ପଢୁଥିବା ସମୟରେ ବିଦ୍ୟାଳୟ ଶିକ୍ଷା ଶେଷ ପରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅନେକ ସୁନାମ ଅର୍ଜନ କରିଛନ୍ତି ପଦ୍ମନାଭ ସାହୁ । ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଭାଗ ନେଇଥିଲେ ପଦ୍ମନାଭ । ଏପରିକି ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ସୁନ୍ଦର ସ୍ବାସ୍ଥ୍ୟକୁ ଦେଖି ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ ନୃତ୍ୟ ଶିକ୍ଷାକୁ ବାଛି ନେଇଥିବା ଏହି ଦିବ୍ୟାଙ୍ଗ ଯୁବକ ନୃତ୍ୟଗୁରୁ ଜଣଙ୍କ । ଖାଲି ସେତିକି ନୁହେଁ ସେ ଅନେକ ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି । ଅନେକ ଉଦ୍ୟମ ପରେ ଜାତୀୟ ସ୍ତରରେ ମିଳିଥିବା ସଫଳତା ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଯାହାକୁ ନେଇ ତାଙ୍କ ପରିବାର ଆଜି ଗର୍ବିତ । ଏ ଥିଲା ଦିବ୍ୟାଙ୍ଗ ନୃତ୍ୟଗୁରୁ ପଦ୍ମନାଭଙ୍କ ସଙ୍ଘର୍ଘର କାହାଣୀ । ଏହି ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଜୀବନରେ କିଛି କରିବାକୁ ସ୍ବପ୍ନ ଦେଖୁଥିବା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପଦ୍ମନାଭ ବେହେରା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.