ETV Bharat / state

ପୁଣି ଡରାଇଲାଣି କୋରୋନା; ଗଞ୍ଜାମ ଜିଲ୍ଲାରେ 6 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Mar 15, 2021, 7:33 AM IST

କିଛି ଦିନ ହେବ କୋରୋନା ସଂକ୍ରମଣ କମିଥିବା ବେଳେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । କିଛି ଦିନ ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାରେ ଲେଉଟିଛି କୋରୋନା । ଜିଲ୍ଲାରେ ପୁଣି 6 ନୂଆ ପଜିଟିଭି ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

ଚିନ୍ତାରେ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ କୋରୋନା ସଂକ୍ରମଣ କମିଥିବା ବେଳେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । କିଛି ଦିନ ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲାରେ ଲେଉଟିଛି କୋରୋନା । ଜିଲ୍ଲାରେ ପୁଣି 6 ନୂଆ ପଜିଟିଭି ଚିହ୍ନଟ ହୋଇଛି ଯାହା ଚିନ୍ତାର କାରଣ ପାଲଟିଛି ।

ଗଞ୍ଜାମ ଜିଲ୍ଲାରେ 6ନୂଆ ପଜିଟିଭ ଚିହ୍ନଟ

ନୂଆ 6 ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ରେଳ ଷ୍ଟ୍ରେସନର ପ୍ରବେଶ ପଥରେ ଯାତ୍ରୀମାନଙ୍କର ସ୍କ୍ରିନିଙ୍ଗ ବ୍ୟବସ୍ଥା ଆରମ୍ଭ ହୋଇଛି । ଚିହ୍ନଟ 6ଜଣ ଆକ୍ରାନ୍ତଙ୍କ ମଧ୍ୟରେ 4ଜଣ ବ୍ରହ୍ମପୁର ସହରର ହୋଇଥିବା ବେଳେ ଜଣେ ଛତ୍ରପୁର ଓ ଅନ୍ୟଜଣେ ଚିକିଟି ଅଞ୍ଚଳର ହୋଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ 6ନୂଆ ପଜିଟିଭ ଚିହ୍ନଟ
ଗଞ୍ଜାମ ଜିଲ୍ଲାରେ 6ନୂଆ ପଜିଟିଭ ଚିହ୍ନଟ

ପୂର୍ବରୁ ଦୁଇଜଣ ପଜିଟିଭି ରହିଥିବା ବେଳେ ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ 8ଜଣ ପଜିଟିଭି ରହିଛନ୍ତି । ଆଗକୁ ଯେପରି ସଂକ୍ରମଣ ନ ବଢେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସର୍ତକ ରହିବାକୁ ଆହ୍ବାନ ଦିଆହୋଇଛି । ଜିଲ୍ଲାରେ କୋଭିଡ ପରୀକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

1231ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବା ପରେ ଗୋଟିଏ ଦିନରେ 6ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । କୋରୋନା ପ୍ରକୋପକୁ ରୋକିବା ପାଇଁ ରୋକିବା ପାଇଁ ବ୍ରହ୍ମପୁର ରେଳଷ୍ଟେସନ ପରିସରରେ କୋଭିଡ ସତର୍କତା କିପରି ରହିଛି ତାହାକୁ ଅନୁଧ୍ୟାନ କରିଛନ୍ତି ଖୋର୍ଦ୍ଧା ଡିଭିଜନର ସିନିୟର ଡି.ସି.ଏମ୍ ଅମିତେଶ ଆନନ୍ଦ ।

ପ୍ରକାଶ ଥାଉ କି, ଆଜି ଓଡିଶାରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆଜିକୁ କୋରୋନାକୁ ବର୍ଷେ ପୂରିଛି । ବର୍ତ୍ତମାନ ଓଡିଶାରେ 3ଲକ୍ଷ 38 ହଜାର 192ଜଣ କୋରୋନାରେ ସଂକ୍ରମଣ ହୋଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.