ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

author img

By

Published : Oct 16, 2021, 4:33 PM IST

ଶୌଚ ପାଇଁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଅଧିକ ପଢନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଳକ ମୃତ

ଭଞ୍ଜନଗର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ଘଟିଛି l ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆମ୍ବଡୋଳି ଗ୍ରାମରେ । ସୂଚନାନୁସାରେ ଶୌଚ ପାଇଁ ଯାଇଥିବା ବେଲେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ବାଳକର ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ମୃତକ ଜଣକ ହେଉଛନ୍ତି ଲିପୁନ୍ ସ୍ବାଇଁ ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ତେବେ ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଆମ୍ବଡୋଳି ଛକ ଠାରେ ରାସ୍ତାରୋକ କରିଛନ୍ତି । ଖବର ପାଇ ଘଟଣାସ୍ଥଲରେ ଗାଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏ ଯାଏଁ ସ୍ଥାନୀୟ ଲୋକେ ରାସ୍ତାରୋକରୁ ହଟି ନଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.