ETV Bharat / state

ଘର ବାହୁଡା ପାଇଁ ଷ୍ଟେସନରେ ଅପେକ୍ଷାରତ ପ୍ରବାସୀ ଓଡିଆ ଯୁବକଙ୍କ ମୃତ୍ୟୁ

author img

By

Published : May 28, 2020, 9:34 PM IST

ଗାଡିକୁ ଅପେକ୍ଷା କରିଥିବା ବେଳେ ହଠାତ ଦେହ ଖରାପ ହେବାରୁ ପୋଲାସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତ ଖଇର ଛଟା ଗାଁର ସିଲୁ ଜେନାଙ୍କ ମୃତ୍ୟୁ ଘଟିଛି ।

migrant returnees of Ganjam death
ଘର ବାହୁଡା ପାଇଁ ଷ୍ଟେସନରେ ଅପେକ୍ଷାରତ ପ୍ରବାସୀ ଓଡିଆ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର: ଘରକୁ ଫେରିବା ଅପେକ୍ଷାରେ ଥିବା ଜଣେ ପ୍ରବାସୀ ଓଡିଆ ଯୁବକଙ୍କର ଷ୍ଟେସନରେ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ପୋଲାସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତ ଖଇର ଛଟା ଗାଁର ସିଲୁ ଜେନା । ସିଲୁ ଗୁଜୁରାଟର ସୁରତରୁ ଘରକୁ ଫେରିବା ପାଇଁ ଗାଡିକୁ ଅପେକ୍ଷା କରିଥିବା ବେଳେ ହଠାତ ଦେହ ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗୁଜୁରାଟର ସୁରତକୁ ଜୀବିକା ସନ୍ଧାନରେ ଯାଇଥିଲେ ସିଲୁ । ଲକଡାଉନ ପରେ ସେ ଘରକୁ ଫେରିବା ପାଇଁ ଷ୍ଟେସନରେ ଗାଡିକୁ ଅପେକ୍ଷା କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ସିଲୁର ମୃତ୍ୟୁ ଖବର ପରେ ତାଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏକମାତ୍ର ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର । ସେପଟେ ପୁଅର ମୃତ ଖବର ପାଇ ବାହୁନି ବାହୁନି ମାଁ କାନ୍ଦୁଥିବା ବେଳେ ସ୍ବାମୀଙ୍କୁ ହରାଇ ଚେତାଶୂନ୍ୟ ହୋଇଯାଉଛି ସିଲୁଙ୍କ ସ୍ତ୍ରୀ । ତେବେ ରୋଜଗାରିଆ ପୁଅକୁ ହରାଇ ଥିବା ଯୋଗୁଁ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.