ETV Bharat / state

କୋରୋନା ଯନ୍ତ୍ରଣା, ଘରକୁ ଫେରିବାକୁ ମାଇଲ ମାଇଲ ଚାଲୁଛନ୍ତି ଶ୍ରମିକ - ଗଞ୍ଜାମ ନ୍ୟୁଜ୍

ଲକଡାଉନରେ ହନ୍ତସନ୍ତ ହେଉଛନ୍ତି ଦାଦନ ଶ୍ରମିକ । ତାଲା ବନ୍ଦ ଯୋଗୁଁ ଖାଦ୍ୟ ଅଭାବରେ ଚାଲି ଚାଲି ଫେରୁଛନ୍ତି ନିଜ ଅଞ୍ଚଳକୁ ।

Migrant labourers walk hundreds of miles to return home
କୋରୋନା ଯନ୍ତ୍ରଣା, ଘରକୁ ଫେରିବାକୁ ମାଇଲ ମାଇଲ ଚାଲୁଛନ୍ତି ଦାଦନ ଶ୍ରମିକ
author img

By

Published : Apr 22, 2020, 6:02 PM IST

ଭଞ୍ଜନଗର: ଲକଡାଉନରେ ହନ୍ତସନ୍ତ ହେଉଛନ୍ତି ଦାଦନ ଶ୍ରମିକ । ତାଲା ବନ୍ଦ ଯୋଗୁଁ ଖାଦ୍ୟ ଅଭାବରେ ଚାଲି ଚାଲି ଫେରୁଛନ୍ତି ନିଜ ଅଞ୍ଚଳକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମର ଭଞ୍ଜନଗରେ । ବଲାଙ୍ଗୀର ଓ ବରଗଡ ଜିଲ୍ଲାରୁ ବ୍ରହ୍କପୁରକୁ କାମ କରିବାକୁ ଆସିଥିବା ଦାଦନ ଲକଡାଉନ ଯୋଗୁଁ ଖାଇବାକୁ ନପାଇ ନିଜ ଅଞ୍ଚଳକୁ ଫେରୁଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ତାଙ୍କୁ ଖାଦ୍ୟ, ଥଇଥାନ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

କୋରୋନା ଯନ୍ତ୍ରଣା, ଘରକୁ ଫେରିବାକୁ ମାଇଲ ମାଇଲ ଚାଲୁଛନ୍ତି ଦାଦନ ଶ୍ରମିକ

ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର 60 ଦାଦନ ଶ୍ରମିକ କିଛିଦିନ ତଳେ ବ୍ରହ୍ମପୁର ଅଂଚଳରେ ମଜୁରୀ କାମ କରିବା ପାଇଁ ଇଟାଭାଟି ଆସିଥିଲେ । ହେଲେ ଲକଡାଉନ ହୋଇଯାଇଥବା ବେଳେ ଆଉ କାମ ଧନ୍ଦା ପାଇଲେ ନାହିଁ । ଯାହା କିଛି ରୋଜଗାର ଥିଲା ସବୁ ସରିଗଲା । ଏଭଳିସ୍ଥଳେ ପ୍ରଶାସନ ପକ୍ଷରୁ ବି କୌଣସି ସାହାଯ୍ୟ ନ ମିଳିବାରୁ ଭୋକ ଉପବାସରେ ଶେଷରେ ଚାଲିଚାଲି ଘରକୁ ଫେରିଯିବାକୁ 60 ଶ୍ରମିକ ବ୍ରହ୍ମପୁରରୁ ବାହାରି ଆଜି ଭଞ୍ଜନଗରରେ ପହଞ୍ଚିଥିଲେ ।

ଘଟଣାର ଖବର ପାଇ ଭଞ୍ଜନଗର ଏନଏସି କର୍ମଚାରୀମାନେ ଶ୍ରମିକ ମାନଙ୍କୁ ଖାଦ୍ୟ ଦେଇଥିଲେ । ସେମାନଙ୍କୁ ଜିଲୁଣ୍ଡି ପଞ୍ଚାୟତ ପକ୍ଷରୁ ସୋରାଦେବି ମନ୍ଦିର ଓ ମୁଜାଗଡ ପଞ୍ଚାୟତ ପକ୍ଷରୁ ମୁଜାଗଡ ଖାଇବାକୁ ଦିଆଯାଇଥିଲା । ଶ୍ରମିକମାନେ ନିଜ ପରିବାର ଓ ଜିନିଷପତ୍ର ସହ ପ୍ରାୟ 250 କିଲୋମିଟର ଚାଲି ଚାଲି ଆସିଥିବା ବେଳେ ରାସ୍ତାରେ ପରିବାରର କିଛି ସ୍ତ୍ରୀ ଲୋକଙ୍କ ଦେହ ଖରାପ ହୋଇଯାଇଥିଲା । ଅସୁସ୍ଥ ଶ୍ରମିକଙ୍କୁ ଦମକଳ ବାହିନୀ ପକ୍ଷରୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.