ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଡି.ସିଙ୍ଗିପୁର ଗ୍ରାମରୁ ଆସିଛି କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ସୂଚନା ଅନୁଯାୟୀ ଏଠାରେ ଥିବା ଧବଳେଶ୍ବର ସେବା ସମବାୟ ସମିତିରେ କାଳିଆ ଯୋଜନାରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ କରି ମଙ୍ଗଳବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଅଭିଯୋଗ ମୁତାବକ ଏହି ସେବା ସମବାୟ ସମିତିର ଅସାଧୁ କର୍ମଚାରୀମାନେ ପ୍ରାୟ 95 ଜଣ ଲୋକଙ୍କ ଦୁଇଟି କିସ୍ତିର ଟଙ୍କା ହଡପ କରିଛନ୍ତି । ତେବେ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ