ETV Bharat / state

ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ପାଇବାରୁ ବଞ୍ଚିତ 6 ହଜାର ଚାଷୀ

author img

By

Published : May 24, 2023, 3:22 PM IST

ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ତିନି ପଞ୍ଚାୟତର 6 ହଜାର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତାରୁ ବଞ୍ଚିତ। ଅଧିକ ପଢନ୍ତୁ

crop insurance
crop insurance
ଫସଲ ବୀମାରୁ ବଞ୍ଚିତ 6 ହଜାର ଚାଷୀ

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତାରୁ ବଞ୍ଚିତ 6 ହଜାର ଚାଷୀ । ଚାଷ କ୍ଷତି ହେଲେ ବୀମା ପାଇବାକୁ ଅର୍ଥ ଜମା କରିଥିବା ଚାଷୀଙ୍କୁ ମିଳିପାରୁନାହିଁ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ତିନି ପଞ୍ଚାୟତର ପ୍ରାୟ ୬ ହଜାର ଚାଷୀ ଏହି ସହାୟତା ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ତେବେ ଗତ ୨୦୨୧-୨୨ ମସିହାରେ ଖରିଫ ଧାନ ଫସଲ ସମୟରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରଙ୍ଗେଇଲୁଣ୍ଡା ବ୍ଲକର ତିନି ଗୋଟି ଗ୍ରାମ ପଞ୍ଚାୟତ କୋଲଥିଗାଁ, ଲଉଡିଗାଁ, ମେଣ୍ଡରାଜପୁର ଅଞ୍ଚଳରେ ବହୁ ପରିମାଣରେ ଧାନ ଫସଲ ନଷ୍ଟ ହୋଇଯାଇଥିଲା । ଯାହାର ଆକଳନ କରି ରାଜ୍ୟ ସରକାରଙ୍କ ତରଫରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ଦ୍ଵାରା ରହିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ୬୦୦୦ରୁ ଊର୍ଦ୍ଧ୍ୱ ଗରୀବ ଚାଷୀ ପରିବାର । ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀମାନେ ଗତ କିଛି ମାସ ଧରି ଲଗାତାର ଭାବରେ ଗଞ୍ଜାମ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ନିଜର ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳିପାରି ନାହିଁ । ଏପରିକି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହୋଇଥିଲେ ମଧ୍ୟ ଚାଷୀମାନେ କୃଷି ବୀମା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ କୃଷି ଭବନରେ ମଧ୍ୟ ଅଭିଯୋଗ ଜଣାଇଛନ୍ତି ।

କିନ୍ତୁ ବୀମା କମ୍ପାନୀର ଅହେତୁକ ବିଳମ୍ବ ଓ ଦୁର୍ନୀତି ଯୋଗୁଁ ଏଭଳି ଅଧିକାଂଶ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତାରୁ ବଞ୍ଚିତ ହୋଇଥିବା ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପୂର୍ବରୁ ବରଗଡ଼ ଜିଲ୍ଲାର ବହୁ ଚାଷୀ ଏହିଭଳି ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଥିଲେ । 3ଟି ପଞ୍ଚାୟତବାସୀ ପୂର୍ବରୁ ଏକତ୍ରିତ ହୋଇ ଘୋଟାଲା ସମ୍ପର୍କରେ ମାନବାଧିକାର କର୍ମୀଙ୍କ ସହଯୋଗରେ ଜାତୀୟ ମାନବଧିକାର କମିଶନରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ହେଲେ ରାଜ୍ୟ ସରକାରଙ୍କ ସହାୟତା ମିଳିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ନ ମିଳିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପଞ୍ଚାୟତ ବାସିନ୍ଦା । ଏଥିପ୍ରତି ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି କ୍ଷତିଗ୍ରସ୍ତ ଚାଷୀ ଓ ଗ୍ରାମବାସୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.