ETV Bharat / state

ଇଟିଭି ଭାରତ ପ୍ରଭାବ: ଯମଯନ୍ତ୍ରଣା ଭୋଗୁଥିବା ପରିବାରକୁ ସହାୟତା କଲା ଗଞ୍ଜାମ ପ୍ରଶାସନ

author img

By

Published : Mar 5, 2020, 4:44 PM IST

Updated : Mar 5, 2020, 11:24 PM IST

ଇଟିଭି ଭାରତର ପ୍ରଭାବ । ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡା ଗ୍ରାମର ସ୍ବର୍ଗତ ଭୀମ ସେଠୀଙ୍କ ରୋଗାଗ୍ରସ୍ତ ପରିବାର ସମ୍ପର୍କରେ ଖବର ପ୍ରସାରଣର ଦିନକ ପରେ କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ ।

Impact of ETV BHARAT
ଇଟିଭି ଭାରତ ପ୍ରଭାବ: ଯମଯନ୍ତ୍ରଣା ଭୋଗୁଥିବା ପରିବାରକୁ ସହାୟତା କଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: ଇଟିଭି ଭାରତର ପ୍ରଭାବ । ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡା ଗ୍ରାମର ସ୍ବର୍ଗତ ଭୀମ ସେଠୀଙ୍କ ରୋଗାଗ୍ରସ୍ତ ପରିବାର ସମ୍ପର୍କରେ ଖବର ପ୍ରସାରଣର ଦିନକ ପରେ କାର୍ଯ୍ୟନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ । 10 ହଜାର ଟଙ୍କା ଆର୍ଥିକ ସହାୟତା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏମାନଙ୍କ ପାଖରେ ପହଞ୍ଚି ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ।

ଶୁଣିଲା ପ୍ରଶାସନ, ବଢାଇଲା ସହାୟତାର ହାତ

ଦୁର୍ବିଶହ ଏଠି ଦୁର୍ଲଭ ମଣିଷ ଜୀବନ । ବଞ୍ଚି ବି ଏମାନେ ଅଚଳ । ନା ଭଲରେ ଦୁଇମୁଠା ଖାଇ ପାରୁଛନ୍ତି ନା ଚଳପ୍ରଚଳ କରିପାରୁଛନ୍ତି । ଯେଉଁଠି ଶୋଉଛନ୍ତି ସେଇଠି ଦିନ ଦିନ ପଡିରହୁଛନ୍ତି । ଏମାନଙ୍କ ଭିତରୁ କିଏ ପକ୍ଷଘାତ ତ ପୁଣି କିଏ ମାନସିକ ରୋଗର ଶିକାର ତ ପୁଣି କିଏ ଦୃଷ୍ଟି ବାଧିତ । ଆଉ କିଏ ରକ୍ତହୀନତା ସାଙ୍ଗକୁ ବାତ ରୋଗରେ ଆକ୍ରାନ୍ତ । ସେବା କରିବାକୁ କେହି ନାହାନ୍ତି । ଗରୀବି ସାଙ୍ଗକୁ ଅଭାବ ଅନଟନ ଯୋଗୁଁ ଶାରୀରିକ କଷ୍ଟ ସହିତ ମାନସିକ ଅଶାନ୍ତି ବଢୁଛି । ଏପରିକି ଘରେ କେହି ସେବା ଶୃଶ୍ରୁଷା କରିବାକୁ ନାହାନ୍ତି । ଫଳରେ ବାଧ୍ୟ ହୋଇ ଯେଉଁ ଘରେ ରହୁଛନ୍ତି ସେଠାରେ ମଳତ୍ୟାଗ କରୁଛନ୍ତି । ଏଭଳି ଏକ ପ୍ରକାର ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବିତୁଥିଲା ସେମାନଙ୍କ ଜୀବନ । ଏପଟେ ଘରର ଜଣେ ମାତ୍ର ସଦସ୍ୟ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ବେଳେ ଚିକିତ୍ସା କଷ୍ଟକର ହୋଇପଡିଛି । ଅର୍ଥଭାବରୁ ଯମଯନ୍ତ୍ରଣା ଭୋଗୁଛି ଏହି ପରିବାର । ଏପରି ସ୍ଥିତିରେ ସରକାରୀ ସହାୟତା ଜରୁରୀ ହୋଇପଡିଛି । ଏ ନେଇ ଜାଣିବା ପରେ ଆମ ପ୍ରତିନିଧି ଏହି ପରିବାର ପାଖକୁ ଯାଇ ପଡୋଶୀଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରିବୁଝିଥିଲେ ।

ଏହି ରୋଗାଗ୍ରସ୍ତ ପରିବାରକୁ ସୁସ୍ଥ କରିବା ପାଇଁ ସାହି ବାସିନ୍ଦା ସେମାନଙ୍କ ସକ୍ଷମ କ୍ରମେ ଉଦ୍ୟମ କରୁଥିଲେ । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଆଗକୁ ବଢିଛି । ତେବେ କିଭଳି ଏହି ପରିବାର ସଂପୂର୍ଣ୍ଣ ସୁସ୍ଥ ହେବେ ସେ ନେଇ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ପଡୋଶୀ । ତେବେ ସ୍ବାସ୍ଥ୍ୟ ବିଭାଗ ଟିମ୍ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରିଦେଇଛି । ଖୁବ୍ ଶ୍ରୀଘ୍ର ସମସ୍ତେ ଆରୋଗ୍ୟ ହେବେ ବୋଲି ଆଶା କାରଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 5, 2020, 11:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.